ETV Bharat / city

ବିଜେଡି ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଆହ୍ବାନ, ଲୋକଙ୍କ ପାଖକୁ ଯିବାକୁ ନେତାଙ୍କ ପରାମର୍ଶ

ଆଗକୁ ଆସୁଛି ପୌର ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଜେଡ଼ି ପ୍ରତିଷ୍ଠା ଦିବସରେ ଦଳର ନେତାମାନେ ଲୋକଙ୍କ ପାଖକୁ ଯିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 26, 2021, 2:58 PM IST

ବିଜେଡି ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଆହ୍ବାନ, ଲୋକଙ୍କ ପାଖକୁ ଯିବାକୁ ନେତାଙ୍କ ପରାମର୍ଶ
ବିଜେଡି ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଆହ୍ବାନ, ଲୋକଙ୍କ ପାଖକୁ ଯିବାକୁ ନେତାଙ୍କ ପରାମର୍ଶ

ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେଠୁ ଦଳର କର୍ମୀଙ୍କୁ ନେତାମାନେ ବଣ୍ଟନ କରିଛନ୍ତି ପାୱାର । ନବୀନଙ୍କ ସୁଶାସନକୁ ଫୋକସରେ ରଖ । ବିକାଶର ଚିତ୍ର ମନେ ପକାଇ ଓ ସାମଗ୍ରିକ ବିକାଶ ନେଇ ଲୋକଙ୍କ ପାଖକୁ ଯାଅ । ଇତିହାସ ମନେ ପକାଇ ଲୋକଙ୍କୁ ଜାଗ୍ରତ କର । ନିର୍ବାଚନ ବୈତରଣୀକୁ ପାର କରିବା ପାଇଁ ଛାମୁଆ ନେତାମାନେ ଦଳର କର୍ମୀଙ୍କୁ ପାୱାର ବୁଷ୍ଟର ଭାଷଣ ଦେଇଛନ୍ତି । ବିଜେଡ଼ିର ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସ ।

ନବୀନଙ୍କ ସୁଶାସନକୁ ଫୋକସରେ ରଖିବାକୁ ସେ କର୍ମୀଙ୍କୁ କହିଛନ୍ତି । ଏହାସହିତ ୧୯୯୯ ମସିହା ମହାବାତ୍ୟାର ସ୍ଥିତିକୁ ମନେ ପକାଇଛନ୍ତି । ଏହି ସମସ୍ତ ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ନିକଟତର ହେବାକୁ କହିଛନ୍ତି । ନବୀନଙ୍କ ଏହି ସୁଶାସନ ଦିନେ ଇତିହାସରେ ଲିପିବଦ୍ଧ ହେବ ବୋଲି କହିଛନ୍ତି । ଲୋକଙ୍କ ପାଇଁ କାମ କର‌ ଏହା କେବଳ ଓଡି଼ଶା ବିକାଶର ଲକ୍ଷ୍ୟ ବୋଲି ବବି ଆହ୍ବାନ ଦେଇଛନ୍ତି ।

ଏହା ବି ପଢନ୍ତୁ: BJD @25: ଆଜି ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି

୨୫ ତମ ପ୍ରତିଷ୍ଠା ଦିବସରେ ମଞ୍ଚକୁ ଆସି ଦଳର ତୁଙ୍ଗ ନେତା ଦେବୀ ମିଶ୍ରଙ୍କ ଠୁ ଆରମ୍ଭ କରି ପ୍ରସନ୍ନ ପାଟଶାଣୀ ଓ ଅଶୋକ ପଣ୍ଡାଙ୍କ ଭଳି ନେତା ଗୋଟିଏ ପରେ ଗୋଟିଏ ମନ୍ତ୍ର କର୍ମୀଙ୍କୁ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ସେପଟେ ଦଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମହିଳା ଓ ଯୁବକଙ୍କୁ ସେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ତେଣୁ ସାଂସଦ ପାଇଁ ୩୩ ପ୍ରତିଶତ ମହିଳା ସଂରକ୍ଷଣ ସହ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ଦେଇଥିବା କହିଛନ୍ତି ଦେବୀ ମିଶ୍ର।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.