ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ମିଳିଲା ନୂଆ ଦାୟିତ୍ବ । ତାଙ୍କୁ ବିଧାନସଭା ଗୃହକମିଟିର ସଭ୍ୟ ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।
ତେବେ ବାଚସ୍ପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ମନୋନୀତ ସଭ୍ୟ ଭାବରେ ସେ କାମ କରିବେ । ବିଶେଷକରି ରାଜ୍ୟରେ ବଢୁଥିବା ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ ଉପରେ ସେ କାର୍ଯ୍ୟ କରିବେ । ବିଧାନସଭା ସଚିବାଳୟରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ