ETV Bharat / city

ପରୀ ହତ୍ୟା ଘଟଣାରେ ବିଜେଡିର ସୁରକ୍ଷା କବଜ ସାଜିଛି କଂଗ୍ରେସ: ପ୍ରଦୀପ୍ତ ନାଏକ - pardipat nayak

ପରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି କଂଗ୍ରେସ ଦଳକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ପଢନ୍ତୁ ଅଧିକ......

ପରୀ ହତ୍ୟା ଘଟଣାରେ ବିଜେଡିର ସୁରକ୍ଷା କବଜ ସାଜିଛି କଂଗ୍ରେସ : ପ୍ରଦିପ୍ତ ନାଏକ

author img

By

Published : Nov 29, 2020, 10:14 PM IST

ଭୁବନେଶ୍ବର: ପରୀ ମୃତ୍ୟୁ ଘଟଣାକୁ ସିବିଆଇ ଦ୍ବାରା ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ଭାରତୀୟ ଜନତା ପାର୍ଟି ତରଫରୁ ବିଧାନସଭାକୁ ଅଚଳ କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି କଂଗ୍ରେସ ଦଳକୁ ବ୍ୟବହାର କରି ଏଭଳି ସ୍ପର୍ଷକତା ପ୍ରସଙ୍ଗକୁ ବିଭ୍ରାନ୍ତ କରିବା ଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେପି ।

ପରୀ ହତ୍ୟା ଘଟଣାରେ ବିଜେଡିର ସୁରକ୍ଷା କବଜ ସାଜିଛି କଂଗ୍ରେସ : ପ୍ରଦିପ୍ତ ନାଏକ

ଆଜି ଦଳୀୟ କାର୍ଯ୍ୟାଳୟରେ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଶ୍ରୀ ନାଏକ ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀଙ୍କ ହାତ ଥିବା କହିବା ସହ ପୋଲିସ ମଧ୍ୟ ଉପଯୁକ୍ତ ତଦନ୍ତ ନକରି ପରୀର ବାପା ଓ ମାଙ୍କୁ 5 ଲକ୍ଷ ଟଙ୍କା ପ୍ରଲୋଭନ ଦେଖାଇଥିବା ସେ ଅଭିଯୋଗ କରିଛନ୍ତି । ସେହି ପରିପ୍ରେକ୍ଷୀରେ କେବଳ ସିବିଆଇ ତଦନ୍ତ ଏକମାତ୍ର ବିକଳ୍ପ ବୋଲି ମଧ୍ୟ ମତ ରଖିଛନ୍ତି ପ୍ରଦିପ୍ତ ।

ତଦନ୍ତ ପ୍ରଭାବିତ ନହେବ ତେଣୁ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ସେ ପୁଣି ଦାବି ଜଣାଇଛନ୍ତି । ପରୀ ଭଳି ରାଜ୍ୟର ୫୩୨୩ ଶିଶୁ ଅନ୍ତର୍ଦ୍ଧ୍ୟାନ ଅଛନ୍ତି । ରାଜ୍ୟ ସରକାର ଏହି ଘଟଣାମାନଙ୍କର ସାମାନ୍ୟତମ ଟେର୍ ପାଉନାହାନ୍ତି । ଏଭଳି ଗମ୍ଭୀର ଘଟଣାମାନ ପାଇଁ ରାଜ୍ୟସରକାର ଆଦୈା ସମ୍ବେଦନଶୀଳ ନୁହନ୍ତି । ବିରୋଧୀ ଦଳ ଭୁମିକାରେ ଥିବା ସତ୍ବେ ଶାସକ ବିଜେଡିକୁ କଂଗ୍ରେସ ଦଳର ସହଯୋଗ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.