ETV Bharat / city

Mission Shakti କୁ ନିର୍ବାଚନରେ ବ୍ୟବହାର କରୁଛି ବିଜେଡି: ବିଜେପି

author img

By

Published : Feb 19, 2022, 9:09 PM IST

ମିଶନ ଶକ୍ତିକୁ ନିର୍ବାଚନରେ ବ୍ୟବହାର କରୁଛି ଶାସକ ଦଳ ବିଜେଡି । ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡ଼ି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅଧିକ ପଢନ୍ତୁ

Mission Shakti କୁ ନିର୍ବାଚନରେ ବ୍ୟବହାର କରୁଛି ବିଜେଡି: ବିଜେପି
Mission Shakti କୁ ନିର୍ବାଚନରେ ବ୍ୟବହାର କରୁଛି ବିଜେଡି: ବିଜେପି

ଭୁବନେଶ୍ବର: ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ସ୍ମୃତି କହିଛନ୍ତି ଯେ, ମିଶନ ଶକ୍ତିକୁ ନିର୍ବାଚନରେ ବ୍ୟବହାର କରୁଛି ଶାସକ ଦଳ ବିଜେଡି । ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡ଼ି । ଏହାକୁ ରାଜ୍ୟ ସ୍ତରରେ ମନିଟର କରାଯାଉଛି । ଶାସକ ଦଳ ସପକ୍ଷରେ ଭୋଟ ଗୋଟାଉଛନ୍ତି ମହିଳା ଗୋଷ୍ଠୀ । ମିଶନ ଶକ୍ତିର ଅଧିକାରୀ ମାନେ ବିଜେଡ଼ି ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ।

ଏସଏଚଜି ଗ୍ରୁପ ମାନଙ୍କୁ ଋଣ ଆକାରରେ 25 ହଜାର ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ହେଲେ ଏହି ଟଙ୍କା ବିଜେଡ଼ି ଦେଇଛି ବୋଲି ପ୍ରଚାର କରାଯାଉଛି । ନିର୍ବାଚନ ସମୟରେ କେଉଁ ଆଧାରରେ ସରକାର ଋଣ ପ୍ରଦାନ କଲେ ସେ ନେଇ ପ୍ରଶ୍ନ କରିଛନ୍ତି ସ୍ମୃତି । କେଉଁ ଗୋଷ୍ଠୀଙ୍କୁ କେତେ ଟଙ୍କା, କେତେଥର ଟଙ୍କା ପ୍ରଦାନ ଓ ନୂଆ ସାମିଲ ଗୋଷ୍ଠୀର ରେଜିଷ୍ଟ୍ରର କରାଯାଉନି ।

ଗୋଟିଏ ଗୋଷ୍ଠୀ କେତେ ଥର ପଇସା ନେଉଛି ଏବଂ କେତେ ନୂଆ ଗୋଷ୍ଠୀ ଗଠନ ହେଲା ତାହାର କୌଣସି ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଫଳରେ ଅନେକ ଗୋଷ୍ଠୀ ଟଙ୍କା ଓ ଅନ୍ୟାନ୍ୟ ସହାୟତା ପାଇବାରେ ବଞ୍ଚିତ ହେଉଛନ୍ତି । ମହିଳା ସଶକ୍ତିକରଣ କେବଳ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ପଇସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ଗଠନ କରିଛନ୍ତି ନା ନିର୍ବାଚନ ଜିତିବା ପାଇଁ ହାତ ବାରିଶି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.