ETV Bharat / city

ବିଜେଡି ଭାଙ୍ଗୁଛି ନିର୍ବାଚନ ଆଚରଣ, ଫେରାଦ ହେଲା ବିଜେପି - ରାତାରାତି ଆଧାପଡିଥିବା କାମ ଶେଷ କରିବାକୁ ଚେଷ୍ଟା

ଉପନିର୍ବାଚନକୁ ଆଖିରେ ରଖି ଅଧା ପଡିଥିବା ସରକାରୀ କାମକୁ ରାତାରାତି ସାରିବାକୁ ଚେଷ୍ଟା କରିଛି ବିଜେଡି ଯାହା ନିର୍ବାଚନ ଆଚରଣ ବିରୁଦ୍ଧ । ଏହାକୁ ବିରୋଧ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଅଧିକ ପଢନ୍ତୁ...

ବିଜେଡି ଭାଙ୍ଗୁଛି ନିର୍ବାଚନ ଆଚରଣ,ଫେରାଦ ହେଲା ବିଜେପି

author img

By

Published : Oct 20, 2020, 4:42 PM IST

ଭୁବନେଶ୍ୱର: ଆଗକୁ ଆସୁଛି ଉପନିର୍ବାଚନ । ନିର୍ବାଚନ ଆସିଲେ ନେତାଙ୍କର ମନେ ପଡେ ଲୋକଙ୍କ କଥା । ବାକି ପଡିଥିବା ଅଧା କାମକୁ ରାତାରାତି ଶେଷ କରିବାରେ ଲାଗି ପଡନ୍ତି ନେତା । ଆଗାମି ନିର୍ବାଚନକୁ ଆଖିରେ ରଖି ବିଜେଡି ରାତାରାତି ସରକାରୀ କାମ କରି ଲୋକଙ୍କୁ ପ୍ରଲୋଭିତ କରୁଥିବା ଅଭିଯୋଗ କରିଛି ବିଜେପି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

ବିଜେଡି ଭାଙ୍ଗୁଛି ନିର୍ବାଚନ ଆଚରଣ,ଫେରାଦ ହେଲା ବିଜେପି

ଉପନିର୍ବାଚନ ପାଇଁ ରାଜ୍ୟରେ ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁ ରହିଛି । ଏହି କୋଡ ଅଫ କଣ୍ଡକ୍ଟ ଲାଗୁ ସମୟରେ କୌଣସି ସରକାରୀ ଦଳ କିଛି ବି ସରକାରୀ କାମ କରିପାରିବେ ନାହିଁ । ହେଲେ 28ନମ୍ବର ଜୋନରେ ଦ୍ରୁତ ଗତିରେ ଆଗେଇ ଚାଲିଛି ସରକାରୀ କାମ । ବାକି ପଡିଥିବା ରାସ୍ତା ମରାମତି ,ନଳକୂପ ବସାଇବା ଓ ଟ୍ରନ୍ସର୍ଫରମର ଲଗାଇବା ଭଳି କାମ ଚାଲିଛି । ଏହି ସବୁ କାମ ରାତି ଅଧିଆ ଚାଲିଥିବା ଅଭିଯୋଗ କରିଛି ବିଜେପି । ଯାହା ନିର୍ବାଚନ ମଡେଲ କୋର୍ଡକୁ ଉଲଘଂନ କରାଯାଉ ଥିବା କହିଛି ବିଜେପି । ବିଶେଷ କରି ବିଜୁ ଜନତା ଦଳର ଏକ ଛାମୁଆ ସଙ୍ଗଠନ ବିଦ୍ୟୁତ ଶ୍ରମିକ ନାଁରେ ନେସ୍କୋ କାର୍ଯ୍ୟାଳୟ ଭିତରେ ନିଜର ଅଫିସ ଖୋଲିଛି । ଅଫିସ ଖୋଲିବାକୁ ପରାମର୍ଶ ଦେଲା କିଏ ଏବଂ ସରକାରୀ ଅଫିସ ଭିତରେ ପାର୍ଟି ଅଫିସ ଖୋଲିବାର କି ନିୟମ ରହିଛି କହି ଏହାକୁ ବିରୋଧ କରିଛି ବିଜେପି । ବିଜେଡି ନିର୍ବାଚନ ଆଚରଣ ଭାଙ୍ଗୁଥିବା କହି ଏ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛି ବିଜେପି ।

ଏ ବିଷୟରେ ସମ୍ପୂର୍ଣ୍ଣ ତଦନ୍ତ କରି ଆବଶ୍ୟକ ପଡିଲେ କାମ ବନ୍ଦ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.