ETV Bharat / city

ବିଜେଡିରେ କନ୍ଦଳ ନାହିଁ, ଆଶାୟୀ ଅଛନ୍ତି: ଦେବୀ ମିଶ୍ର

author img

By

Published : Jan 19, 2022, 9:04 PM IST

ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର ହୋଇଛି । ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ବିଶେଷ କରି ବିଜେଡିରୁ ପ୍ରାର୍ଥୀ କିମ୍ବା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ

ବିଜେଡିରେ କନ୍ଦଳ ନାହିଁ, ଆଶାୟୀ ଅଛନ୍ତି: ଦେବୀ ମିଶ୍ର
ବିଜେଡିରେ କନ୍ଦଳ ନାହିଁ, ଆଶାୟୀ ଅଛନ୍ତି: ଦେବୀ ମିଶ୍ର

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ଜୋରଦାର ହୋଇଛି । ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ବିଶେଷ କରି ବିଜେଡିରୁ ପ୍ରାର୍ଥୀ କିମ୍ବା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ବିଭିନ୍ନ ସ୍ଥାନରେ ବିଜେଡି ଲାଗି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଦଳରେ ଗୋଷ୍ଠୀ କନ୍ଦଳ ସୀମା ଟପିଥିବା ଖବର ସାମ୍ନାକୁ ଆସୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ-ସଭାପତି ଦେବୀ ମିଶ୍ର ।

ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଲୋକଙ୍କ ଆଶା ରହିବ । ଆଶାୟୀ ବି ରହିବେ । କିନ୍ତୁ ଦଳରେ କନ୍ଦଳ ନାହିଁ । ଦଳରେ ଗୋଷ୍ଠୀ ନାହିଁ । ଗୋଷ୍ଠୀ କନ୍ଦଳ କାହିଁକି ହେବ? ନିଜସ୍ଵ ଆଶା ସମସ୍ତଙ୍କର ରହିଛି, ରହିବ । ସେମାନଙ୍କୁ ବୁଝାସୁଝା କରାଯାଉଛି । ଯେମିତି ଭୋଟ ଡିଭାଇଡ ନହେବ।

ଗାଁ ଲୋକ ଆଗେଇ ଆସୁଛନ୍ତି । ତାଙ୍କ ତାଙ୍କ ଭିତରେ ଆଲୋଚନା ହୋଇ ସମାଧାନ ହେଉଛି । ଏହାକୁ ଦୃଷ୍ଟିରେ ରଖିଲେ ଦଳ ସଫଳତା ଆହୁରୀ ବଢିବ । ଭଲ ଭାବରେ ବଢିବ । ବିଜୁ ଜନତା ଦଳ ଗଲା ଥର ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।

ଭୁବନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.