ETV Bharat / city

Panchayat Election: ଡିଜିଟାଲ ପ୍ରଚାରକୁ ଜୋରଦାର କରିବ ବିଜେଡି

author img

By

Published : Feb 7, 2022, 6:52 PM IST

ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ ତାରିଖ। ଶାସକ ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ଡିଜିଟାଲ ପନ୍ଥା ଆପଣାଇଛନ୍ତି ଶାସକ ଦଳ। ଅଧିକ ପଢ଼ନ୍ତୁ

bjd election campaign meeting
ଡିଜିଟାଲ ପ୍ରଚାର ପନ୍ଥାରେ ବିଜେଡି

ଭୁବନେଶ୍ବର: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ ତାରିଖ। ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରସୋର କସରତ ଦେଖିବାକୁ ମିଳୁଛି। ନିର୍ବାଚନ ପ୍ରଚାର ନେଇ ଲାଗିପଡ଼ିଛନ୍ତି ପ୍ରମୁଖ ତିନି ରାଜନୈତିକ ଦଳ। ସେପଟେ ଶାସକ ଦଳ ବିଜେଡିର ଡିଜିଟାଲ ପ୍ରଚାର ଆଲୋଚନା ହୋଇଛି।

ଡିଜିଟାଲ ପ୍ରଚାର ପନ୍ଥାରେ ବିଜେଡି

ଆସନ୍ତା ସପ୍ତାହରୁ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହେବ। ଶାସକ ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ଡିଜିଟାଲ କ୍ୟାମ୍ପେନ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବ ବିଜେଡି। ଡିଜିଟାଲ ପ୍ରଚାର ଆଲୋଚନାରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ଯୁବ ସଭାପତି ବ୍ୟୋମକେଶ ରାୟ, ଯୁବ ବଜେଡ଼ି ଉପଦେଷ୍ଟା ପ୍ରଣବ ବଳବନ୍ତରାୟ ଯୁବ କର୍ମକର୍ତାଙ୍କ ସହ ନିର୍ବାଚନ ପ୍ରସଙ୍ଗ ନେଇ ଅଲୋଚନା କରିଥିଲେ।

ପଞ୍ଚାୟତ ନିର୍ବାଚନ ବେଳେ ଡିଜିଟାଲ ମାଧ୍ୟମରେ ଜୋରଦାର ପ୍ରଚାର କରିବା ପାଇଁ ସମସ୍ତ ଯୁବ କର୍ମକର୍ତ୍ତାଙ୍କୁ ଆହ୍ବାନ ଦିଆଯାଇଛି। କଟକଣା ମଧ୍ୟରେ ଡିଜିଟାଲ ପ୍ରଚାର ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସବୁ ଭୋଟରଙ୍କ ପାଖରେ ପହଞ୍ଚାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.