ETV Bharat / city

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଓଡିଆ ଭାବେ ମୁଁ ଗର୍ବିତ କହିଲେ BJD ବିଧାୟକ

author img

By

Published : Jun 22, 2022, 1:22 PM IST

ରାଷ୍ଟ୍ରପତି ପଦ ଲାଗି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ଏଥିପାଇଁ ଓଡିଆ ଭାବେ ମୁଁ ଗର୍ବିତ ବୋଲି କହିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ଅଧିକ ପଢନ୍ତୁ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଓଡିଆ ଭାବେ ମୁଁ ଗର୍ବିତ କହିଲେ ବିଜେଡି ବିଧାୟକ

ଭୁବନେଶ୍ବର: ରାଷ୍ଟ୍ରପତି ପଦ ଲାଗି ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ନିଷ୍ପତ୍ତିକୁ ସ୍ବାଗତ କରିବା ସହ ସମର୍ଥନ ଦେବ ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ପ୍ରଶାନ୍ତ କହିଛନ୍ତି ଯେ, ''ଗଣତନ୍ତ୍ରରେ ଶ୍ରେଷ୍ଠ ବ୍ୟବସ୍ଥା ଭିତରେ ଶ୍ରେଷ୍ଠ ସ୍ଥାନରେ ଜଣେ ଓଡ଼ିଆ ରହିବା ଆଉ ଜଣେ ଓଡିଆ ଭାବେ ମୁଁ ଗର୍ବିତ । ବ୍ୟକ୍ତିଗତ ଭାବେ ସମସ୍ତେ ଗର୍ବିତ । ରାଜ୍ୟ ସରକାର ଯେଉଁ ବିଷୟରେ ସର୍ବାଧିକ ପ୍ରାଧାନ୍ୟ ଦିଅନ୍ତି, ତାହା ଅନ୍ୟମାନେ ଅନୁକରଣ କରନ୍ତି । ମହିଳା, ଆଦିବାସୀ ଓ ମାଟିର କଥାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦିଅନ୍ତି । ଏହିସବୁ କଥା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରହିଛି ।''

ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଲୋଚନା ବାବଦରେ ଗଣମାଧ୍ୟମରୁ ଜାଣିଛୁ । ମାଟିର କଥା ଯେତେବେଳେ ଉଠିଛି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି ଏବଂ ଟ୍ବିଟ କରି ଜଣାଇଛନ୍ତି । ନୈତିକତା ବା ମାଟି ମା' କଥା ଉଠିଲେ, ସମସ୍ତଙ୍କ ସମର୍ଥନ ରହିବା ଉଚିତ୍ । ଦଳମତ ନିର୍ବିଶେଷରେ ପ୍ରଥମେ ମାଟି ପରେ ପାର୍ଟି । ରାଜ୍ୟର ସମସ୍ତ ଦଳ ଏକଜୁଟ ହେବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.