ଭୁବନେଶ୍ବର: ସେପ୍ଟେମ୍ବର 1ରେ ବିଜେଡି ଆରମ୍ଭ କରିବ କାର୍ଯ୍ୟକାରିଣୀ ବୈଠକ । ଇଡ଼କଲ ଅଡିଟୋରିୟମରେ ଅନୁଷ୍ଠିତ ହେବ ଦଳର କାର୍ଯ୍ୟକାରିଣୀ ବୈଠକ । ଦଳର ସାଙ୍ଗଠନିକ ସ୍ଥିତି ନେଇ ବୈଠକରେ ହେବ ଆଲୋଚନା ।
ସଭ୍ୟ ସଂଗ୍ରହ ଅଭିଯାନ ସାଙ୍ଗକୁ ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତିକୁ କିପରି ମଜବୁତ କରାଯିବ ସେ ନେଇ ହେବ ଏହି ବୈଠକ । ଏହି ସୂଚନା ଦେଇଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଏଥିରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ସମସ୍ତ ପର୍ଯ୍ୟବେକ୍ଷକ ଯୋଗ ଦେବେ ।
ସେହିପରି ସେପ୍ଟେମ୍ବର 2ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ଦଳ ଜାରି ରଖିବ ସଭ୍ୟ ସଂଗ୍ରହ ଅଭିଯାନ । ରାଜ୍ୟ ସ୍ତରରେ ଆରମ୍ଭ ହୋଇ ବୁଥ ସ୍ତରରେ ସଭ୍ୟ ସଂଗ୍ରହ କରିବ ଦଳ । ଗତ ଥର 47 ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲା । ଏଥର ତାର 50 ପ୍ରତିଶତ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ବିଜେଡ଼ି । ଅକ୍ଟୋବର 31 ଯାଏ ଚାଲିବ ଏହି ଅଭିଯାନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ