ETV Bharat / city

ବଢୁ଼ଛି କି ଘନିଷ୍ଠତା ? ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ - One nation One Election

ଦୁଇ ଦିନ ତଳେ 7 ଦିନିଆ ନୂଆଦିଲ୍ଲୀ ଗସ୍ତସାରି ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପୁଣି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ‘ୱାନ ନେସନ, ୱାନ ଇଲେକ୍ସନ’ ସମ୍ପର୍କିତ ସର୍ବଦଳୀୟ ବୈଠକରେ ଭାଗନେବେ ବିଜେଡି ସୁପ୍ରିମୋ । ଇତିମଧ୍ୟରେ ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କୁ ମିଳିସାରିଛି ଶଙ୍ଖର ସମର୍ଥନ । ଦୁଇ ଦଳ ନିକଟତର ହେଉଥିବା ନେଇ ତେଜିଲା ଚର୍ଚ୍ଚା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 18, 2019, 8:42 PM IST

ଭୁବନେଶ୍ବର: ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଏନଡିଏ ପକ୍ଷରୁ ବିଜେପି ସାଂସଦ ଓମ୍ ବିର୍ଲାଙ୍କୁ ପ୍ରାର୍ଥୀ କରାଯାଇଛି । ଏ ପ୍ରସଙ୍ଗରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛି ବିଜେଡି । ବିଜେଡି ସଂସଦୀୟ ଦଳ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ମଧ୍ୟ ଦଳର ନିର୍ଦ୍ଦେଶ କ୍ରମେ ସ୍ବାକ୍ଷରିତ ହୋଇଛି । ତେବେ ନିର୍ବାଚନ ପୂର୍ବର ସରଗରମ ସ୍ଥିତି ସମ୍ପୂର୍ଣ୍ଣ ବଦଳିଛି ଏବଂ ଶଙ୍ଖ ଆଉ ପଦ୍ମ ମଧ୍ୟରେ ଘନିଷ୍ଠତା ବଢ଼ୁଥିବା ବର୍ତ୍ତମାନ ରାଜନୈତିକ ଅଳିନ୍ଦରେ ଚର୍ଚ୍ଚା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏ ପ୍ରସଙ୍ଗରେ ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ, ‘ଆମେ ସମର୍ଥନ ନକଲେ ମଧ୍ୟ ଓମ୍ ବିର୍ଲା ବାଚସ୍ପତି ହେବା ନିଶ୍ଚିତ । ତେବେ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ଦଳୀୟ ସାଂସଦ ମାନେ ଲାଭବାନ ହେବେ । ଲୋକସଭାରେ ଓଡ଼ିଶାର ପ୍ରତିନିଧିଙ୍କୁ ବାଚସ୍ପତିଙ୍କ ଅନୁମତି କ୍ରମେ ଅଧିକ କହିବା ପାଇଁ ସୁଯୋଗ ମିଳିବ । ଏଥିରେ ବାଧକତା କିଛି ନାହିଁ’।

ସେହିଭଳି ବର୍ତ୍ତମାନ ୱାନ ନେସନ, ୱାନ ଇଲେକ୍ସନ ପୁଣିଥରେ ଚର୍ଚ୍ଚାକୁ ଫେରିଛି । କାରଣ ଆସନ୍ତାକାଲି ଏହା ଉପରେ ତର୍ଜମା କରିବାକୁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ବାହାରିବେ । ଏ ବାବଦରେ ମଧ୍ୟ ବିଜେଡି ଓ କଂଗ୍ରେସ ନେତାଏ ମତ ରଖିଛନ୍ତି ।

ପୂର୍ବତନ ସାଂସଦ ତଥା ବିଜେଡି ନେତା କଳିକେଶ ସିଂଦେଓ କହିଛନ୍ତି ଯେ, ‘ବିଜେଡି ହିଁ ଦେଶରେ ପ୍ରଥମେ ଏହି ପରମ୍ପରା ଆରମ୍ଭ କରିଥିଲା । 2004 ରେ ଗୋଟିଏ ବର୍ଷ ପୂର୍ବରୁ ନବୀନ ପଟ୍ଟନାୟକ ବିଧାନସଭା ଭାଙ୍ଗି ଲୋକସଭା ସହ ବିଧାନସଭା ନିର୍ବାଚନକୁ ଏକା ସାଙ୍ଗରେ କରିବାକୁ ସ୍ଥିର କରିଥିଲେ । ସାରା ଦେଶରେ ଏପରି ହେଲେ ବହୁତ ଭଲ ହେବ । ସମୟ, ଖର୍ଚ୍ଚ ବଞ୍ଚିବା ସହ ଲୋକଙ୍କୁ ଭଲ ଶାସନ ମିଳିପାରିବ’ । ସେ ରାଜ୍ୟସଭା ଯିବେ କି ? ବର୍ତ୍ତମାନର ଚର୍ଚ୍ଚାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ଏହି ପ୍ରଶ୍ନର ଉତ୍ତରରେ କଳିକେଶ କହିଛନ୍ତି କି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ ।

ଏପଟେ କଂଗ୍ରେସ ମଧ୍ୟ ଦୁଇଟି ପ୍ରସଙ୍ଗରେ ନିଜର ମତ ରଖିଛି । ବିଜେପିର ସବୁ ପ୍ରସ୍ତାବରେ ବିଜେଡି ହଁ ଭରିବାକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ବିଗତ ପାଞ୍ଚ ବର୍ଷର କାର୍ଯ୍ୟକଳାପରେ ଏହା ପ୍ରମାଣିତ ହୋଇଛି ଯେ ବିଜେଡି ଆଉ ସମଦୂରତ୍ବରେ ନାହିଁ । ବିଜେଡି ବିଜେପିକୁ ସମର୍ଥନ କରିଥିଲା ଏବଂ ସ୍ବାର୍ଥ ଦୃଷ୍ଟିରୁ ଆଗକୁ ମଧ୍ୟ କରିବ । ତେବେ ‘ୱାନ ନେସନ, ୱାନ ଇଲେକ୍ସନ’ କଥାକୁ ଦଳୀୟ ବିଧାୟକ ସୁର ରାଉତରାୟ ସ୍ବାଗତ କରିଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସ ଦଳର ପକ୍ଷ ସ୍ଥିର କରିବାକୁ ଥିଲେହେଁ ଏଭଳି ଭଲ ପଦକ୍ଷେପକୁ ସମର୍ଥନ ଦେବା ଦରକାର ବୋଲି କହିଛନ୍ତି ସୁର । ସେ ଏନେଇ ରାହୁଲଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ।

ତେବେ ଏ ସମସ୍ତ କଥା ପରେ ବି ବିଜେଡି ସମଦୂରତ୍ବରେ ଚାଲିଥିବା କହିଛନ୍ତି ଦୁଇ ବିଜେଡି ନେତା କିଶୋର ମହାନ୍ତି ଏବଂ କଳିକେଶ ସିଂଦେଓ । ବିଜେଡି ସର୍ବଦା ଭଲ ବିରୋଧୀ ଭୂମିକା ତୁଲାଇ ଆସିଛି । ରାଜ୍ୟର ସ୍ବାର୍ଥକୁ ବିଚାର କରି କିଛି ନିଷ୍ପତ୍ତି ନେଲେ ଯେ ନିକଟତର ହେଇଗଲୁ ଏ କଥା ଭୁଲ ବୋଲି ଉଭୟେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.