ଭୁବନେଶ୍ବର: ରାଜ୍ୟରେ ମାର୍ଚ୍ଚ ୧୨ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ହେବ । ବିଜେଡି ଘୋଡ଼ା ବେପାର ପାଇଁ ପ୍ରସ୍ତୁତ ହେଲାଣି । କଂଗ୍ରେସ, ବିଜେପି ଓ ଅନ୍ୟଦଳର ସମିତି ସଭ୍ୟଙ୍କୁ କିଣି ନିଜେ ଅଧ୍ୟକ୍ଷ କରିବ ବୋଲି ବିଜେଡି ଦାବି କରିବ । ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, "ସରକାରୀ କଳ ବ୍ୟବହାର କରୁଛି ବିଜେଡି । ୧୨ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ହେବ । ବିଜେଡି ଟଙ୍କା ଧରି ନିର୍ଦଳୀୟ ବିଜୟୀ ପ୍ରାର୍ଥୀଙ୍କୁ କିଣିବାକୁ ଉଦ୍ୟମ କରାଯିବ । ପ୍ରତ୍ୟକ ସମିତିସଭ୍ୟଙ୍କୁ ୫ରୁ ୧୦ ଲକ୍ଷ ଅଫର କରାଯାଉଛି । ଏହି ଘୋଡ଼ା ବେପାର ବନ୍ଦ ହେବା ଆବଶ୍ୟକ ।"
ବିରୋଧୀଙ୍କ ଅପପ୍ରଚାର ରୋକିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ୨୨ ବର୍ଷ ହେଲା ଆମେ ପାୱାରରେ ନାହୁଁ ଆମେ କାହା ସହ ଛଳନା କରୁନାହୁଁ । ବିଜେଡି ରାଜ୍ୟବାସୀଙ୍କ ସହ ଛଳନା କରୁଛି । ଆମେ ଅପପ୍ରଚାର କାହିଁକି କରିବୁ । ଆମେ ତିନି ନମ୍ବର ଦଳ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ