ETV Bharat / city

Biju Jayanti: ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ

author img

By

Published : Mar 5, 2022, 5:14 PM IST

ଆଜି(ଶନିବାର) ଭୂମିପୁତ୍ର ବିଜୁ ବାବୁଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ଯୁବପିଢିଙ୍କୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଜେଡି ଆହ୍ବାନ କରିଛି । ଅଧିକ ପଢନ୍ତୁ

Biju Jayanti: ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ
Biju Jayanti: ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ

ଭୁବନେଶ୍ବର: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ୧୦୬ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଫରେଷ୍ଟ ପାର୍କ ପରିସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହାସହ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି ।

ଆଜିର ଯୁବପିଢି ବିଜୁ ବାବୁଙ୍କ ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହେବାକୁ ଆହ୍ବାନ ସହ ବିଜୁ ବାବୁଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ଆହ୍ବାନ ଦେଇଛନ୍ତି । ବିଜେଡିକୁ 22 ବର୍ଷ ପୂରିଛି, ଓଡିଶା ବାସୀଙ୍କ ବଳ ପାଲଟିଛି ବିଜେଡି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନା ବୋର୍ଡ ଉପାଧ୍ୟାକ୍ଷ ସଞ୍ଜୟ ଦାସ ବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ବିଧାୟକ ଦେବୀ ମିଶ୍ର ଓ ଅରୂପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.