ETV Bharat / city

ବଦଳିବ BJD-BJP ମୁଖ୍ୟାଳୟ କଳେବର; କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ଭବନ - bjd bjp headquarters newly built

ବଦଳିବ ବିଜେଡି ଓ ବିଜେପିର ରାଜ୍ୟ ମୁଖ୍ୟାଳୟର କଳେବର । ନୂଆ ରୂପ ପାଇବ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳର ମୁଖ୍ୟାଳୟ । ଅଧିକ ପଢନ୍ତୁ...

ବଦଳିବ ବିଜେଡି ଓ ବିଜେପି ମୁଖ୍ୟାଳୟର କଳେବର; କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ଭବନ

author img

By

Published : Jul 10, 2021, 9:11 PM IST

ଭୁବନେଶ୍ବର: ବଦଳିବ ବିଜେଡି ଓ ବିଜେପିର ରାଜ୍ୟ ମୁଖ୍ୟାଳୟର କଳେବର । ନୂଆ ରୂପ ପାଇବ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳର ମୁଖ୍ୟାଳୟ । କର୍ପୋରେଟ୍ ଅଫିସ୍ ଷ୍ଟାଇଲରେ ନିର୍ମାଣ ହେବ ଦୁଇ ଦଳର ନୂଆ କୋଠା । ଏଥିପାଇଁ ଦୁଇ ଦଳ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଆବେଦନ କରି ଜମି କିଣି ନେଇଛନ୍ତି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦୁଇଟି ଦଳର ରାଜ୍ୟ କାର୍ଯ୍ୟାଳୟ ନୂଆ ରୂପ ନେବ ।

ବଦଳିବ ବିଜେଡି ଓ ବିଜେପି ମୁଖ୍ୟାଳୟର କଳେବର; କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ଭବନ

ଏୟାରପୋର୍ଟ ଛକରେ ରହିଛି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ । ଦଳ ପକ୍ଷରୁ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ଭିଡ଼ ଜମୁଛି । ଗୁରୁତ୍ୱପୂର୍ଣ୍ଣ ଛକ ଅଞ୍ଚଳ ହୋଇଥିବାରୁ ଟ୍ରାଫିକ ନିୟନ୍ତ୍ରଣରେ ସମସ୍ୟା ରହୁଛି । ଫଳରେ ଦଳୀୟ କର୍ମୀଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବାରେ ଅସୁବିଧା ହେଉଛି । ଏହା ସହ ସାଧାରଣ ଲୋକଙ୍କର ସମସ୍ୟା ମଧ୍ୟ ହେଉଛି । ଭିଡ଼ ନିୟନ୍ତ୍ରଣ ଓ ଅଧିକ ଲୋକଙ୍କୁ ସାମିଲ କରିବା ଲାଗି କାର୍ଯ୍ୟାଳୟ ସମ୍ପ୍ରସାରଣ ଲାଗି ଯୋଜନା କରିଛି ଦଳ ।

ଭିଆଇଆର୍-୩ କ୍ବାର୍ଟର୍ସ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ପାଇଁ ଆବଣ୍ଟନ ହୋଇଛି । ତେବେ ବିଜେଡି ତାର ମୁଖ୍ୟାଳୟ ସମ୍ପ୍ରସାରଣ ଓ ନୂଆ କାର୍ଯ୍ୟାଳୟ ପାଇଁ ୟୁନିଟ-୬ରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆବଣ୍ଟନ ହେଉଥିବା କ୍ବାର୍ଟର୍ସ ଭି ୨/୧ ଏବଂ ଭି ୨/୨କୁ ନେଇଛି । ଏହି ଦୁଇଟି କ୍ବାର୍ଟର୍ସର ଜମି ବିଜେଡିକୁ ଲିଜ୍ ଆକାରରେ ଦିଆଯାଇଛି । ଜମି ମିଳିବା ପରେ ବିଜେଡି ଏହାକୁ ଫ୍ରି ହୋଲ୍ଡ କରିନେଇଛି । ଅର୍ଥାତ୍ ଏହି କ୍ବାର୍ଟର୍ସ ଯେଉଁ ଜମିରେ ନିର୍ମାଣ ହୋଇଛି, ତାହାକୁ ବିଜେଡି ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟଙ୍କା ଜମା କରି କିଣି ନେଇଛି । ଏବେ ଏଠାରେ ନୂଆ କୋଠା ନିର୍ମାଣ କରିବାରେ ସମସ୍ୟା ହେବନାହିଁ । ଓଡ଼ିଶାର ଜଣାଶୁଣା ଏକ ଠିକାଦାର ସଂସ୍ଥା ବିଜେଡି ଭବନ ନିର୍ମାଣ କାର୍ଯ୍ୟ କରିବ ।

ସୂଚନା ମିଳିଛି କି କାର୍ଯ୍ୟାଳୟ ନିର୍ମାଣ ଲାଗି ବିଜେଡି ପକ୍ଷରୁ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଆସନ୍ତା ରଥଯାତ୍ରାରେ ଦଳର ସଭାପତି ରାଜ୍ୟ ମୁଖ୍ୟାଳୟର ଶିଳାନ୍ୟାସ କରିବେ । ଗାଇଡ଼ଲାଇନ ଅନୁସାରେ ଜମିଟି ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ଅଧିକ ଉଚ୍ଚ କୋଠା ନିର୍ମାଣ ହୋଇପାରିବ ନାହିଁ । ତେଣୁ, ଏଠାରେ ବି+ଜି+୪ କୋଠା ନିର୍ମାଣ ପାଇଁ ପ୍ରଥମେ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା । ରାଜ୍ୟ ସଭାପତିଙ୍କ ସ୍ବାକ୍ଷର ଲାଗି ପଠାଯାଇଥିଲା । କିନ୍ତୁ, ରାଜ୍ୟ ସଭାପତି ଡିଜାଇନ୍ ଦେଖିବା ପରେ ଏହାକୁ ବି+ଜି+୩ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ସାନି ଡିଜାଇନ୍ ପ୍ରସ୍ତୁତ ହୋଇଛି ।

ଯୋଜନା ଅନୁସାରେ ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟର କୋଠାର ବେସ୍‌ମେଣ୍ଟ ଓ ତଳ ମହଲାରେ ପାର୍କିଂ ବ୍ୟବସ୍ଥା ରହିବ । ବାକି ତିନି ମହଲା ଦଳୀୟ କାର୍ଯ୍ୟ ପାଇଁ ରହିବା ସହ ଦଳର ସଭାପତିଙ୍କର ସ୍ବତନ୍ତ୍ର ପ୍ରକୋଷ୍ଠ ରହିବ । ଦଳର ବିଭିନ୍ନ ସେଲ୍ ପାଇଁ କାର୍ଯ୍ୟାଳୟ ରହିବ। ଏକାଧିକ ସମ୍ମିଳନୀ କକ୍ଷ, ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ରୁମ୍, ଆଇଟି ସେଲ୍, ଷ୍ଟୁଡିଓ, କ୍ୟାଣ୍ଟିନ୍, ଲାଇବ୍ରେରି ଏବଂ ଅନ୍ୟାନ୍ୟ ସୁବିଧା ରହିବ । ଏହା ସହ ପୂରା କୋଠା ୱାଇଫାଇ ହେବ ।

ସେହିପରି ଜନପଥ କଡ଼ରେ ୟୁନିଟ୍-୩ରେ ସରକାରୀ କ୍ବାର୍ଟର୍ସ ୪ ଆର୍ ୩/୧ ଏବଂ ୩/୨ରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟାଳୟ ମଧ୍ୟ ଏକ କର୍ପୋରେଟ୍ ଅଫିସ୍ ଡିଜାଇନ ରୂପ ପାଇବ । ଏଥିପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜମି ମଗାଯାଇଥିଲା । ବିଜେପିକୁ ବର୍ତ୍ତମାନର କାର୍ଯ୍ୟାଳୟ ନିକଟରେ ୪ ଆର୍ ୨/୧ ଏବଂ ୪ ଆର୍ ୨/୨ କ୍ବାର୍ଟର୍ସ ଆବଣ୍ଟନ ହୋଇଛି । ପୂର୍ବରୁ ବିଜେପିକୁ ଯେଉଁ କ୍ବାର୍ଟର୍ସ ଆବଣ୍ଟନ ହୋଇଥିଲା ତା’ର ଜମି ଓ ବାକି କ୍ବାର୍ଟର୍ସର ଜମିକୁ ସ୍ଥାନୀୟ ଅଞ୍ଚଳର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଅର୍ଥ ଦେଇ କିଣିଛି ।

ବିଜେପି ଏଠାରେ ପ୍ରାୟ ୧୦ ମହଲା କୋଠା ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ନୂଆ କାର୍ଯ୍ୟାଳୟ ପାଇଁ ଡିଜାଇନ୍ ଦିଲ୍ଲୀର ଏକ ସଂସ୍ଥା ଦ୍ବାରା ପ୍ରସ୍ତୁତ ହେଉଛି । ଏହି ନୂଆ କାର୍ଯ୍ୟାଳୟରେ ଭୂତଳ ପାର୍କିଂ ବ୍ୟବସ୍ଥା ରଖିବ । ଏକାଧିକ ସମ୍ମିଳନୀ କକ୍ଷ, ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ରୁମ୍, ଆଇଟି ସେଲ୍, ଷ୍ଟୁଡିଓ, କ୍ୟାଣ୍ଟିନ୍, ଲାଇବ୍ରେରି ଆଦି ରହିବ । ଏହା ବାଦ୍ ପୂରା କୋଠାରେ ୱାଇଫାଇ ସଂଯୋଗ ରହିବ ।

ତେବେ କଂଗ୍ରେସର ମଧ୍ୟ ମୁଖ୍ୟାଳୟ ନୂଆ ଲୁକ ପାଇବ ବୋଲି ବିଧାୟକ ସୁର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.