ETV Bharat / city

୩୬୩ ଜଣିଆ ମହିଳା ବିଜେଡି ଟିମ, ସନ୍ତୁଷ୍ଟ କରିବା ପାଇଁ ଥଇଥାନ ହେଲେ ଅନେକ

ଯୁବ ଓ ଛାତ୍ର ସଂଗଠନର ପରେ ଆଜି ମହିଳା ସଂଗଠନର ପୁର୍ନଗଠନ କରିଛି ବିଜେଡି । ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ବିଜେଡିରେ ଅନେକ ନେତ୍ରୀଙ୍କୁ ଥଇଥାନ କରିବାକୁ ଉଦ୍ୟମ କରାଯାଇଛି (BJD appoints new presidents) । ଅଧିକ ପଢ଼ନ୍ତୁ

୩୬୩ ଜଣିଆ ମହିଳା ବିଜେଡି ଟିମ, ସନ୍ତୁଷ୍ଟ କରିବା ପାଇଁ ଥଇଥାନ ହେଲେ ଅନେକ
୩୬୩ ଜଣିଆ ମହିଳା ବିଜେଡି ଟିମ, ସନ୍ତୁଷ୍ଟ କରିବା ପାଇଁ ଥଇଥାନ ହେଲେ ଅନେକ
author img

By

Published : Aug 31, 2022, 10:52 PM IST

ଭୁବନେଶ୍ବର: ପୁର୍ନଗଠିତ ହୋଇଛି ବିଜୁ ମହିଳା ଜନତା ଦଳ(୩୬୩ ଜଣିଆ ମହିଳା ବିଜେଡି ଟିମ) । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ସଂଗଠନର ପୁର୍ନଗଠନ କରିଛି ଦଳ( BJD appoints new presidents) । ୩ ଜଣ କାର୍ଯ୍ୟକାରୀ ସଭାନେତ୍ରୀଙ୍କ ସହ ମୋଟ ୩୬୩ ଜଣିଆ ଟିମ ଗଠନ କରାଯାଇଛି ।

୩୪ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ମିଶାଇଲେ 40 ନେତ୍ରୀଙ୍କୁ ସାମିଲ କରାଯିବ । ଫଳରେ ଏହି ସଂଖ୍ୟା 393କୁ ବୃଦ୍ଧି ପାଇବ । ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ଏହି ଜମ୍ବୋ ଟିମ୍‌ ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ । 2021 ମସିହା ଜୁନ ମାସରେ ପୁନର୍ଗଠିତ ମହିଳା ବିଜେଡିରେ ସାମିଲ ଥିବା ଅଧିକାଂଶ ନେତ୍ରୀଙ୍କୁ ନୂଆ ପୁର୍ନଗଠନ ତାଲିକାରେ ସାମିଲ କରାଯାଇଛି ।

୩୬୩ ଜଣିଆ ମହିଳା ବିଜେଡି ଟିମ, ସନ୍ତୁଷ୍ଟ କରିବା ପାଇଁ ଥଇଥାନ ହେଲେ ଅନେକ
୩୬୩ ଜଣିଆ ମହିଳା ବିଜେଡି ଟିମ, ସନ୍ତୁଷ୍ଟ କରିବା ପାଇଁ ଥଇଥାନ ହେଲେ ଅନେକ

ଯୁବ ଓ ଛାତ୍ର ସଂଗଠନର ପରେ ଆଜି ମହିଳା ସଂଗଠନର ପୁର୍ନଗଠନ କରିଛି ବିଜେଡି । ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ବିଜେଡିରେ ଅନେକ ନେତ୍ରୀଙ୍କୁ ଥଇଥାନ କରିବାକୁ ଉଦ୍ୟମ କରାଯାଇଛି । ଜାରି ହୋଇଥିବା ମହିଳା ବିଜେଡି ପୁର୍ନଗଠନ ତାଲିକାରେ 23 ଉପଦେଷ୍ଟା, 3 କାର୍ଯ୍ୟକାରୀ ସଭାନେତ୍ରୀ, ଜଣେ ମହାସଚିବ, 7ଟି ଜୋନ ପାଇଁ 13 ଜଣ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ, 16 ଜଣ ବରିଷ୍ଠ ଉପ-ସଭାନେତ୍ରୀ, 45 ଉପ-ସଭାନେତ୍ରୀ, 71 ସାଧାରଣ ସମ୍ପାଦିକା, 80 ସମ୍ପାଦିକା, 33 ଯୁଗ୍ମ ସମ୍ପାଦିକା ଓ 68 ଜଣଙ୍କୁ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ଏହା ସହ 34 ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ମିଶାଇ ମୋଟ 40 ନେତ୍ରୀଙ୍କୁ ଥଇଥାନ କରାଯାଇଛି । ଫଳରେ ଏହି ସଂଖ୍ୟା 393 କୁ ବୃଦ୍ଧି ପାଇବ ।

ଦଳର 23 ଜଣ ସାଂସଦ, ମନ୍ତ୍ରୀ, ବିଧାୟିକା, ପୂର୍ବତନ ସାଂସଦ ଓ ବିଧାୟିଙ୍କୁ ମହିଳା ସଂଗଠନର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଗଞ୍ଜାମ ଜିଲ୍ଲାରେ 5, ଯାଜପୁରରେ 3, ଭୁବନେଶ୍ବରରେ 2 ଓ ଅନ୍ୟ ଜିଲ୍ଲାରେ ଜଣେ ଲେଖାଏଁ ଉପଦେଷ୍ଟା ରହିଛନ୍ତି । 3 ଜଣ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ପୁନଃ ଦାୟିତ୍ବ ଦିଆଯାଇଛି । କସ୍ତୁରୀ ମହାପାତ୍ରଙ୍କୁ ମହିଳା ବିଜେଡିର ମହାସଚିବ ଭାବେ ପୁନର୍ବାର ଦାୟିତ୍ବ ମିଳିଛି । ଗଞ୍ଜାମ ଜୋନ ପାଇଁ ସଭାନେତ୍ରୀ ଭାବେ ମମତା ବିଶୋୟୀଙ୍କୁ ଦାୟିତ୍ବ ମିଳିଛି ।

ଭୁବନେଶ୍ବର, କଟକ, ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର ଓ କୋରାପୁଟ ଜୋନ୍‌ରେ ଉଭୟ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଛି । ଭୁବନେଶ୍ବର ଜୋନ ସଭାନେତ୍ରୀ ଭାବେ ସଂଯୁକ୍ତା ମହଲ ଓ କାର୍ଯ୍ୟକାରୀ ସଭାନେତ୍ରୀ - ପୁଷ୍ପାଞ୍ଜଳି ରଣାଙ୍କୁ ପୁନର୍ବାର ଅବସ୍ଥାପିତ କରାଯାଇଛି । କଟକ ଜୋନ‌୍‌ର ସଭାନେତ୍ରୀ -ସୁଭଦ୍ରା ଦାସ, କାର୍ଯ୍ୟକାରୀ ସଭାନେତ୍ରୀ - ପ୍ରଭାସିନୀ ଷଡ଼ଙ୍ଗୀ, ବାଲେଶ୍ବର ଜୋନ୍‌ ସଭାନେତ୍ରୀ-ବୀଣାପାଣୀ ସାହୁ ଓ କାର୍ଯ୍ୟକାରୀ ସଭାନେତ୍ରୀ-ମୀନା ମାଝୀ, ସମ୍ବଲପୁର ଜୋନ ସଭାନେତ୍ରୀ-ସିପ୍ରା ମହାନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ-ସନ୍ଧ୍ୟାରାଣୀ ଲାକ୍ରା, ବଲାଙ୍ଗୀର ଜୋନ-କଲ୍ୟାଣୀ ନାୟକ ଓ କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେ, କୋରାପୁଟ ଜୋନ୍‌ ଲତା ରାୟ ଓ କାର୍ଯ୍ୟକାରୀ ସଭାନେତ୍ରୀ-ସୁକାନ୍ତ ବୁର୍ଦ୍ଦାଙ୍କୁ ଦାୟିତ୍ବ ମିଳିଛି ।

ମହିଳା ବିଜେଡିର ରାଜ୍ୟ ପରିଷଦ କମିଟିରେ 68 ଜଣଙ୍କୁ ସାମିଲ କରାଯାଇଛି । ଅଧିକ ନେତ୍ରୀଙ୍କୁ ଥଇଥାନ ପାଇଁ ଏହି ପଦବୀ ଦଳ ଯୋଡିଛି । ଏହାସହ ଢେଙ୍କାନାଳ, ସମ୍ବଲପୁର, ମୟୂରଭଞ୍ଜ-1, ମୟୂରଭଞ୍ଜ-2, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ସଭାନେତ୍ରୀଙ୍କ ସହ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଛି । ଅନ୍ୟ 28ଟି ସାଂଗଠନିକ ଜିଲ୍ଲାରେ କେବଳ ସଭାନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.