ଭୁବନେଶ୍ବର: ରାଜ୍ୟରେ ବିଜୁ ଜନତା ଦଳର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି । ୩୦ଟି ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଥିବା ବେଳେ ଚନ୍ଦ୍ରସାରଥୀ ବେହେରାଙ୍କୁ ମିଳିଛି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦାୟିତ୍ବ ।
କଳାହାଣ୍ଡି-ନବ କିଶୋର ଦାସ, ବରଗଡ଼-ପ୍ରଫୁଲ୍ଲ କୁମାର ମଲ୍ଲିକ ,ବଲାଙ୍ଗୀର- ସୁଶାନ୍ତ ସିଂହ, ଗଞ୍ଜାମ ପାଇଁ ମହେଶ୍ବର ମହାନ୍ତି,ଗଜପତି- ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କନ୍ଧମାଳ- ବିକ୍ରମ କେଶରୀ ଆରୁଖ, ଢେଙ୍କାନାଳ- ବିଜୟ ନାୟକ, ବୌଦ୍ଧ- କୃତିବାସ ପାତ୍ର, ଅନୁଗୁଳ- ନିରଞ୍ଜନ ପୂଜାରୀଙ୍କୁ ଦାୟୀତ୍ବ ଦିଆଯାଇଛି । ସମ୍ବଲପୁର ଓ ଦେବଗଡ଼ ପାଇଁ ନଳିନୀକାନ୍ତ ପ୍ରଧାନ, ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ ଓ କେନ୍ଦୁଝର ପର୍ଯ୍ୟବେକ୍ଷକ ଦାୟିତ୍ବ ପାଇଁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଦିଆଯାଇଛି ।
ସେହିପରି ମୟୂରଭଞ୍ଜ- ପ୍ରଣବ ପ୍ରକାଶ ଦାସ, ବାଲେଶ୍ବର- ପ୍ରତାପ ଜେନା, ଭଦ୍ରକ- ରଣେନ୍ଦ୍ର ପ୍ରତାପ ସ୍ବାଇଁ, କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଲିକ, ଜଗତସିଂହପୁର- ଦେବାଶିଷ ସାମନ୍ତରାୟ, ପୁରୀ- ପ୍ରଦୀପ କୁମାର ଅମାତ, ଖୋର୍ଦ୍ଧା- ପ୍ରସନ୍ନ ଆଚାର୍ଯ୍ୟ, ନୂଆପଡ଼ା- ସୌଭାଗ୍ୟ ନାୟକ, କଟକ- ଉଷା ଦେବୀ, ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା, ନୟାଗଡ଼- ଅମର ପ୍ରସାଦ ଶତପଥୀ, ଝାରସୁଗୁଡ଼ା- ପଦ୍ମନାଭ ବେହେରା ଓ ସୁବର୍ଣ୍ଣପୁର- ହାଜି ମହମ୍ମଦ ଆୟୁବ ଖାନଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଆଗାମୀ ପୌର ନିର୍ବାଚନ ପାଇଁ ଏବେ ସବୁଦଳ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଅଣ୍ଟା ଭିଡୁଛନ୍ତି । ଏହାକୁ ଆଖି ଆଗରେ ରଖି ପର୍ଯ୍ୟବେକ୍ଷକମାନେ ଜିଲ୍ଲାରେ ଦଳୀୟ ସ୍ଥିତିକୁ ଅନୁଧ୍ୟାନ କରି ଏବାବଦରେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ