ETV Bharat / city

ULB Polls: ସୁଲୋଚନା-ସୁବାସ-ସଙ୍ଘମିତ୍ରା ବିଜେଡି ମେୟର ପ୍ରାର୍ଥୀ

author img

By

Published : Mar 5, 2022, 12:59 PM IST

Updated : Mar 5, 2022, 4:00 PM IST

ପୌର ନିର୍ବାଚନ ପାଇଁ ମେୟର ତାଲିକା ଘୋଷଣା କଲା ବିଜେଡ଼ି । ଅଧିକ ପଢନ୍ତୁ

Municipal Poll: ମେୟର ତାଲିକା ଘୋଷଣା କଲା ବିଜେଡ଼ି

ଭୁବନେଶ୍ବର/ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ମେୟର ତାଲିକା ଘୋଷଣା କଲା ବିଜେଡ଼ି । ଭୁବନେଶ୍ବର ମହାନଗର ନିଗମ ପାଇଁ ସୁଲୋଚନା ଦାସ, କଟକ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂ, ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇ । ଏ ନେଇ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ବିଜେଡ଼ିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ସୁଲୋଚନା ଭୁବନେଶ୍ବର ମେୟର ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ବ୍ରହ୍ମପୁର ମହାନଗର ନିଗମରୁ ବିଜୁ ଜନତା ଦଳରୁ ମେୟର ପ୍ରାର୍ଥୀ ଭାବରେ ସଂଙ୍ଘମିତ୍ରା ଦଳେଇଙ୍କର ନାମ ଘୋଷଣା କରାଯାଇଛି । ସଂଘମିତ୍ରା ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ଦଳର ମହିଳା ବିଜେଡିର ଜିଲ୍ଲା ସଭାନେତ୍ରୀ ଏବଂ ପୂର୍ବତନ କର୍ପୋରେଟର ଭାବରେ ଅନେକ କାର୍ଯ୍ୟ କରି ଆସିଛନ୍ତି । ଚଳିତବର୍ଷ ନିର୍ବାଚନରେ ଏଠାକାର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଆଶାୟୀ ପ୍ରାର୍ଥୀ ଏଠାରେ ଆବେଦନ କରିଥିଲେ । ହେଲେ ଶେଷରେ ଦଳ ପକ୍ଷରୁ ଦଳେଇଙ୍କୁ ଚୟନ କରାଯାଇଛି ।

ସଙ୍ଘମିତ୍ରା ବିଜେଡି ମେୟର ପ୍ରାର୍ଥୀ

ତେବେ ସୂଚନା ଥାଉ କି ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଭୋଟ ଗ୍ରହଣ କରାଯିବ । ଏହାପରେ ୨୬ରେ ହେବ ଭୋଟ ଗଣତି । ଏଥିଲାଗି ଗତ ୨ ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବହୁ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମେୟର ତାଲିକା ଘୋଷଣା କରିଛି ଶାସକ ଦଳ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବିକାଶ କୁମାର ଦାସ ଓ ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 5, 2022, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.