ETV Bharat / city

ମଣ୍ଡି ଓ ସବସିଡି ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି କଥା କଟାକଟି

ସବସିଡି ଟଙ୍କା ଓ ମଣ୍ଡି ସମସ୍ୟା ନେଇ ବିଜେଡି-ବିଜେପି ମୁହାଁମୁହିଁ । ରାଜ୍ୟ ସରକାର ମିଲର ମାନଙ୍କୁ ସୁହାଇବା ଭଳି କାର୍ଯ୍ୟ କରୁଛନ୍ତି । ମଣ୍ଡିରେ ପର୍ବତ ଭଳି ଧାନ ଗଦା ଭଳି ପଡିରହିଛି ବୋଲି ବିଜେପି କହିଛି । ସେପଟେ ନିଜ ଦୋଷକୁ ଲୁଚାଇବା ପାଇଁ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛି ବିଜେଡି । ଅଧିକ ପଢନ୍ତୁ...

author img

By

Published : Feb 3, 2021, 6:15 PM IST

_bjd and bjp logger head on Mandi issue
ମଣ୍ଡି ଓ ସବସିଡ ପ୍ରସଙ୍ଗକୁ ନେଇ ବିଜେପି ବିଜେଡି କଥା କଟାକଟି

ଭୁବନେଶ୍ବର: ସବସିଡି ଟଙ୍କା ଓ ମଣ୍ଡି ସମସ୍ୟା ନେଇ ବିଜେଡି-ବିଜେପି ମୁହାଁମୁହିଁ । ଆଜି ଏନେଇ ଯୋଗାଣ ମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସବସିଡି ବାବଦ 7500 କୋଟି କେନ୍ଦ୍ର ଆମକୁ ଦେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ।

ମଣ୍ଡି ସମସ୍ୟାକୁ ନେଇ ରାଜ୍ୟରେ ଜାରି ରହଛି ଶାସକ ବିରୋଧୀ ଲଢେଇ । ଆଜି ଏହାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ କହିଛନ୍ତି ଯେ ଯୋଗାଣ ସଚିବଙ୍କ ନେତୃତ୍ବରେ ଏକ ଟିମ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । FCI ସହ ଓ କେନ୍ଦ୍ର ସରକାର ଅଧିକାରୀ ସହ ଆଲୋଚନା କରିବେ । କେନ୍ଦ୍ର ଆମର ଆର୍ଥିକ ଅସୁବିଧା ବୁଝୁନାହିଁ ଏବଂ ଆମର ହକ ଆମକୁ ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଧାନ ସଂଗ୍ରହ କେଉଁଠି ବି ବନ୍ଦ ହୋଇନି । ବଳକା ଧାନ ସବୁ କ୍ରୟ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ।

ସେପଟେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଲା ବିଜେପି । ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ବତ ଭଳି ଧାନ ଗଦା ହୋଇ ପଡିରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ବର୍ଷା ଯୋଗୁଁ ଧାନ ରଙ୍ଗବିହୀନ ହୋଇଛି । ସବୁ ମଣ୍ଡିରେ ଧାନ ପଡ଼ି ରହିଛି । ମନ୍ତ୍ରୀ ମୋ ସହିତ ଚାଲନ୍ତୁ ମୁଁ ତାଙ୍କୁ ଦେଖାଇବି କେମିତି ଧାନ ମଣ୍ଡିରେ ପଡିରହିଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ଚାଷୀ ଦୁର୍ଦ୍ଦିନରେ ଅଛନ୍ତି । ରାଜ୍ୟ ସରକାର ମିଲରଙ୍କୁ ସୁହାଇବା ଭଳି କାର୍ଯ୍ୟ କରୁଛନ୍ତି । ମିଲରର ମର୍ଜିରେ ଚାଲିଛି ଧାନ କିଣା । ରାଜ୍ୟରେ ବିଚିତ୍ର ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି । ଟୋକନ ବ୍ୟବସ୍ଥା ରାଜ୍ୟ ସ୍ତରରେ କାହିଁକି ରଖାଯାଇଛି ଏହାକୁ ପୂର୍ବ ପରି ଜିଲ୍ଲା ସ୍ତରରେ କରାଯାଉ । 18 ହଜାର କୋଟି ଟଙ୍କାର ଧାନ କିଣିବା ପାଇଁ କେନ୍ଦ୍ର ଟଙ୍କା ଦେଇଛି । ସେମାନେ ନିଜ ଦୋଷକୁ ଲୁଚାଇବା ପାଇଁ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗୁଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.