ETV Bharat / city

ଆଜି ଶଙ୍ଖ ଫୁଙ୍କିବେ ବିଶ୍ବରଞ୍ଜନ - ବିଜେଡିରେ ମିଶିବେ ବିଶ୍ବରଞ୍ଜନ

ଶୁକ୍ରବାର ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ଅଧିକ ପଢନ୍ତୁ...

ବିଶ୍ବ ରଞ୍ଜନ ମଲ୍ଲିକ
ବିଶ୍ବ ରଞ୍ଜନ ମଲ୍ଲିକ
author img

By

Published : Oct 28, 2021, 10:41 PM IST

Updated : Oct 29, 2021, 7:29 AM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ଦିନ 11 ଟାରେ ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣରେ ସେ ବିଜେଡିରେ ସାମିଲ ହେବେ । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା, ବରୀ ବିଧାୟକ, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତରେ ବିଶ୍ବ ଶଙ୍ଖ ଫୁଙ୍କିବେ ।

ବରୀ ଅଞ୍ଚଳରେ ଗମନାଗମନ, ମେଡିକାଲର ବିକାଶ, କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ବିଜେଡି ସରକାର ପ୍ରତିଶ୍ରୁତି ରଖିଛି । ବିଜେପି ଦଳରେ ଗ୍ରହଣୀୟତା ନଥିବା ଅନୁଭବ କରି ସେ ବିଜେପି ଛାଡିଥିବା କଥା କହିଥିଲେ । ବିଜେପିରେ ନୂଆ ପୁରୁଣା ନେତାଙ୍କ ଭିତରେ ମତଭେଦ ରହିଛି । ରାଜ୍ୟସ୍ତରୀୟ ନେତାଙ୍କ ସହ ଜିଲ୍ଲାସ୍ତରର ନେତା ମଧ୍ୟରେ ତାଳମେଳ ରହୁନି । ଏଥି ପାଇଁ ବିଜେପି ଛାଡି ବରୀ ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେଡିରେ ମିଶିବି ବୋଲି କିଛିଦିନ ତଳେ ବିଶ୍ବରଞ୍ଜନ ଘୋଷଣା କରିଥିଲେ ।

ଗତ ୨୦ ତାରିଖରେ ଗତ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଶ୍ବରଞ୍ଜନ ମଲ୍ଲିକଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ମଧ୍ୟ ଇସ୍ତଫା ଦେଇଥିଲେ । ବିଶ୍ଵରଞ୍ଜନଙ୍କ ସହ ବରୀ ବ୍ଲକର ଚ୍ୟାୟାରମ୍ୟାନ, ଭାଇସ ଚ୍ୟାୟାରମ୍ୟାନ, ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିବେ । ପୂର୍ବରୁ ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 29, 2021, 7:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.