ETV Bharat / city

ରାଜଧାନୀରେ କୁକୁଡା ବିକିବା ମନା, ଗୋଡେଇ ଗୋଡେଇ ମାରିଲେ କୁକୁଡା

କୁକୁଡାକୁ ବାର୍ଡ ଫ୍ଲୁ ପରେ ରାଜଧାନୀରେ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ଓୟୁଏଟି ଠାରୁ 1 କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଏହି ଅଭିଯାନ ଚାଲୁ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

author img

By

Published : Jan 29, 2020, 8:19 PM IST

Bird destroyed and restricted sell
ରାଜଧାନୀରେ କୁକୁଡା ବିକିବା ମନା, ଗୋଡେଇ ଗୋଡେଇ ମାରିଲେ କୁକୁଡା

ଭୁବନେଶ୍ବର: ବାର୍ଡ ଫ୍ଲୁ ନେଇ ରାଜଧାନୀରେ ଜୋରଦାର ଅପରେସନ । ଓୟୁଏଟି ଠାରୁ 1 କିଲୋମିଟର ପର୍ଯ୍ୟନ୍ତ ଚାଲିଛି କୁକୁଡା ମରା ଅଭିଯାନ । ଏହାସହ ୧ କିଲୋମିଟର ପର୍ଯ୍ୟନ୍ତ କୌଣସି କୁକୁଡା ବିକ୍ରି ହୋଇପାରିବନି କି ଅଣ୍ଡା କିଣିବେ ନାହିଁ ଗ୍ରାହକ । ସଂକ୍ରମଣର ଦୃଷ୍ଟିରେ ରଖି ଓୟୁଏଟି କର୍ମଚାରୀଙ୍କ ସହ ରାପିଡ୍‌ ଆକ୍ସନ ଟିମ ଚଳାଇଛନ୍ତି ଅଭିଯାନ ।

ଓୟୁଏଟି ଠାରୁ ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ବିକ୍ରୟ ହେଉଥିବା ଅଥବା କୁକୁଡା ପାଳନ ହେଉଥିବା କୁକୁଡାକୁ ନଷ୍ଟ କରାଯାଇଛି । ଏନେଇ ଟିମ ବିଭିନ୍ନ ଦୋକାନ ଓ ବସ୍ତିରେ ଚଢାଉ କରିଛନ୍ତି । କୁକୁଡା ପାଳୁଥିବା ବା ବିକୁଥିବା ଲୋକଙ୍କ କ୍ଷତିପୂରଣ ପାଇଁ ଲିଷ୍ଟ କରିବା ସହ କୁକୁଡା ମାରିଛନ୍ତି । ରାଜଭବନ, ନବୀନ ନିବାସ ପାଖ ଓ ଶିରିପୁର ଓ ପାଖଆଖ ଅଞ୍ଚଳରେ ଜୋରଦାର ଭାବେ କୁକୁଡା ମରା ଅଭିଯାନ ଚାଲୁରହିଛି ।

ତେବେ ଗତ ୨୮ ତାରିଖରେ ଓୟୁଏଟିର କୁକୁଡା ଗବେଷଣା କେନ୍ଦ୍ରରେ କୁକୁଡାଙ୍କୁ ବାର୍ଡଫ୍ଲୁ ହୋଇଥିବା ଖବର ପ୍ରଥମେ ଇଟିଭ ଭାରତ ପ୍ରସାରଣ ପରେ ତତ୍ପର ହୋଇଥିଲା ପ୍ରଶାସନ । ଯେହେତୁ କୁକୁଡାକୁ ହେଉଥିବା ଏନ୫ଏଚ୧ ଭାଇରାସ ଏପରି ଆକ୍ରାନ୍ତ କରିଥାଏ ତା ସହିତ ବାୟୁରେ ଏହି ଭାଇରସ ବ୍ୟାପିବାର ଆଶଙ୍କା ଥାଏ । ସେ ଦୃଷ୍ଟିରୁ ଓୟୁଏଟିରୁ ୧କିମି ପର୍ଯ୍ୟନ୍ତ କୁକୁଡା ନଷ୍ଟ ସହ ୧୦ କିମି ପର୍ଯ୍ୟନ୍ତ କୁକୁଡାଙ୍କର ନମୁନା ସଂଗ୍ରହ ହେଉଛି।

ଏହା ସହିତ କୁକୁଡା ରହୁଥିବା ଅଞ୍ଚଳକୁ ଭଲଭାବେ ବ୍ଲିଚିଂ ସହ ସ୍ପ୍ରେ କରାଯାଉଛି ଯେପରି ସଂକ୍ରମଣ ବ୍ୟାପିବ ନାହିଁ ସେନେଇ ଧ୍ୟାନ ଦିଆଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନିରେ କୁକୁଡା ବିକିବା ମନା
ଗୋଡେଇ ଗୋଡେଇ ମାରିଲେ କୁକୁଡା,
Body:

ବାର୍ଡ ଫ୍ଲୁ ନେଇ ରାଜଧାନୀରେ ଜୋରଦାର ଅପରେସନ।ଏନେଇ ଓୟୁଏଟି ଠାରୁ ୧ କିମି ପର୍ଯନ୍ତ ଚାଲିଛି କୁକୁଡା ମରା ଅଭିଯାନ।ଏଥି ସହ ୧କିମି ପର୍ଯନ୍ତ କୌଣସି କୁକୁଡା ବିକ୍ରି ହୋଇପାରିବନି କି ଅଣ୍ଡା କିଣିବେ ନାହିଁ ଗ୍ରାହାକ।ସଂକ୍ରମଣର ଦୃଷ୍ଟିରୁ ଏନେଇ ଓୟୁଏଟି କର୍ମଚାରିଙ୍କ ସହ ରାପିଡ ଆକ୍ସନ ଟିମ ଚଳାଇଛନ୍ତି ଅଭିଯାନ।ଓୟୁଏଟି ଠାରୁ ୧ କିମି ପରିଧି ପର୍ଯନ୍ତ ବିକ୍ରୟ ହେଉଥିବା ଅଥବା କୁକୁଡା ପାଳନ ହେଉଥିବା କୁକୁଡାକୁ ନଷ୍ଟ କରାଯାଇଛି।ଏନେଇ ଟିମ ବିଭିନ୍ନ ଦୋକାନ ଓ ବସ୍ତିରେ ଚଢାଉ କରିଛନ୍ତି ।କୁକୁଡା ପାଳୁଥିବା ବା ବିକୁଥିବା କୁକୁଡା କ୍ଷତିପୁରଣ ପାଇଁ ଲିଷ୍ଟ କରିବା ସହ କୁକୁଡା ମାରିଛନ୍ତି।ଏନେଇ ରାଜଭବନ,ନବିନନିବାସ ପାଖ ଓ ଶିରିପୁର ଓ ପାଖ ଆଖ ଅଂଚଳରେ ଜୋରଦାର ଭାବେ କୁକୁଡା ମରା ଅଭିଯାନ ଚାଲୁରହିଛି।ତେବେ ଗତ ୨୮ ତାରିଖରେ ଓୟୁଏଟିର କୁକୁଡା ଗବେଶଣା କେନ୍ଦ୍ରରେ କୁକୁଡାଙ୍କୁ ବାର୍ଡଫ୍ଲୁ ହୋଇଥିବା ଖବର ପ୍ରଥମେ ଇଟିଭ ଭାରତ ପ୍ରସାରଣ ପରେ ତତ୍ପର ହୋଇଥିଲା ପ୍ରଶାସନ।ଯେହେତୁ କୁକୁଡାକୁ ହେଉଥିବା ଏନ୫ଏଚ୧ଭାଇରାସ ଏପରି ଆକ୍ରାନ୍ତ କରିଥାଏ ତା ସହିତ ବାୟୁରେ ଏହି ଭାଇରସ ବ୍ଯାପିବାର ଆଶଙ୍କା ସେ ଦୃଷ୍ଟିରୁ ଓୟୁଏଟିରୁ ୧କିମି ପର୍ଯନ୍ତ କୁକୁଡା ନଷ୍ଟ ସହ ୧୦ କିମି ପର୍ଯନ୍ତ କୁକୁଡାଙ୍କର ନମୁନା ସଂଗ୍ରହ ହେଉଛି।ଏହା ସହିତ କୁକୁଡା ରହୁଥିବା ଅଂଚଳକୁ ଭଲଭାବେ ବ୍ଲିଚିଂ ସହ ସ୍ପ୍ରେ କରାଯାଉଛି ଯେପରି ସଂକ୍ରମଣ ବ୍ଯାପିବ ନାହିଁ ସେନେଇ ଧ୍ଯାନ ଦିଆଯାଉଛି।ତେବେ ପରେ ଏନେଇ ପରବର୍ତି ପଦକ୍ଷେପ ନେବେ ପ୍ରଶାସନ ପକ୍ଷରୁ ସୁଚନା ମିଳିଛିConclusion:ବାଇଟ-ସୁଦର୍ଶନ ବେହେରା,କୁକୁଡା ଚାଷି
ବାଇଟ-ରାପିଡ ଆକ୍ସନ ଟିମ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.