ଭୁବନେଶ୍ବର: ଚିଲିକା ହ୍ରଦରେ କରାଯାଇଥିବା ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଚିଲିକାରେ ପ୍ରାୟ 10 ଲକ୍ଷ 47 ହଜାର ପକ୍ଷୀ ରହିଥିବା ଜଣାପଡିଛି। 2018ରେ ଏହି ସଂଖ୍ୟା 8 ଲକ୍ଷ 67 ହଜାର ରହିଥିଲା।

ଚିଲିକାରେ ପକ୍ଷୀ ଗଣନା କରିବାକୁ 27ଟି ଦଳ ଗଠନ କରାଯାଇଥିଲା ବେଳେ ପ୍ରତି ଦଳରେ 4ରୁ 6ଜଣ ଲେଖାଏଁ ଗଣନାକାରୀ, 2 ଜଣ ବିଶେଷଜ୍ଞ ଏବଂ କିଛି ସହଯୋଗୀଙ୍କୁ ସାମିଲ କରାଯାଇଥିଲା ।

ଚିଲିକା ହ୍ରଦ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଉପସ୍ଥିତ ପକ୍ଷୀଙ୍କ ଗଣନା କରିବା ସହ ନୂତନ ଭାବେ ଆସିଥିବା ପକ୍ଷୀଙ୍କୁ ଚିହ୍ନଟ କରିଥିବା ଜଣାପଡିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ