ଭୁବନେଶ୍ବର: ଆଖିବୁଜିଲା ନନ୍ଦନକାନନର ଏକମାତ୍ର ଓରାଙ୍ଗଓଟାଙ୍କ ‘ବିନି’ । 41 ବର୍ଷ ବୟସରେ ବୁଧବାର ରାତି 9 ଟା 40 ମିନିଟରେ ଆଖି ବୁଜିଛି ବିନି । ଖାଦ୍ୟନଳୀ ସଂକ୍ରମଣ ରୋଗରେ ଅନେକ ଦିନ ହେବ ଅସୁସ୍ଥ ଥିଲା ଏହି ଓରାଙ୍ଗଓଟାଙ୍ଗ ।
୨୦୦୩ ନଭେମ୍ବର 20 ତାରିଖରେ ବିନିକୁ ପୁଣେ ରାଜୀବ ଗାନ୍ଧୀ ଚିଡିଆଖାନାରୁ ଅଣାଯାଇଥିଲା ଓଡ଼ିଶା। ସେତେବେଳେ ତାକୁ ମାତ୍ର 25 ବର୍ଷ ହୋଇଥିଲା । ବିଦେଶୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଓୟୁଏଟିରେ ବିନିର ଚିକିତ୍ସା ହେଉଥିଲା। ଅସୁସ୍ଥତା କାରଣରୁ ନନ୍ଦନକାନନର ଖୁଡୁଆ 60ରେ ରହୁଥିଲା ବିନି ।
ଆଜି(ଗୁରୁବାର) ବିନିର ମୃତଦେହ ବ୍ୟବଚ୍ଛେଦ ହେବ । ଉଭୟ ଜଙ୍ଗଲ ଏବଂ ଚିଡିଆଖାନାରେ 45 ବର୍ଷ ବଞ୍ଚନ୍ତି ଓରାଙ୍ଗଓଟାଙ୍ଗ ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ