ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲା । ଏଥିରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତଙ୍କୁ ଜାମିନରେ ଗୁରୁବାର ଝାରପଡ଼ା ଜେଲରୁ ମୁକ୍ତ କରାଯାଇଛି । ବିନା ପୋଲିସ ଅନୁମତିରେ ତଥା କୋଭିଡ ନିୟମକୁ ଖୋଲା ଖୋଲି ଭାବରେ ଉଲ୍ଲଂଘନ କରି ଅଭିଯୁକ୍ତଙ୍କ ସହ କିଛି ଯୁବକମାନେ ଏକ ବାଇକ ଶୋଭାଯାତ୍ରା କରିଥିଲେ ।
ଏନେଇ ପୋଲିସ 4 ଜଣଙ୍କୁ ଗିରଫ କରିବା ସହ 3 ଟି ବାଇକ ଏବଂ ଗୋଟିଏ ଜିପକୁ ଜବତ କରିଛି ଏୟାରଫିଲଡ଼ ଥାନା। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରପଦାର କାଶୀନାଥ ବାରିକ, ରୋଷଣ ଜେନା, ଜ୍ଞାନ ରଞ୍ଜନ ବଡ଼ଜେନା ଓ ଚିତ୍ତରଞ୍ଜନ ପ୍ରଧାନ। ଏନେଇ ଥାନାରେ କେସ ନମ୍ବର 178/ 20 ରେ ରୁଜୁ କରାଯାଇଛି। ଅନ୍ୟପଟେ ଅନ୍ୟ ଏକ ଜଣେ ଗିରଫ କରାଯାଇଛି।
![ଜେଲରୁ ବାହାରି ବାଇକ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା, 4 ଗିରଫ](https://etvbharatimages.akamaized.net/etvbharat/prod-images/od-bbsr-07-jail-bikerally-dcp-accq-arrested-7206049_15092020173712_1509f_1600171632_261.jpg)
![ଜେଲରୁ ବାହାରି ବାଇକ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା, 4 ଗିରଫ](https://etvbharatimages.akamaized.net/etvbharat/prod-images/od-bbsr-07-jail-bikerally-dcp-accq-arrested-7206049_15092020173712_1509f_1600171632_728.jpg)
![ଜେଲରୁ ବାହାରି ବାଇକ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା, 4 ଗିରଫ](https://etvbharatimages.akamaized.net/etvbharat/prod-images/od-bbsr-07-jail-bikerally-dcp-accq-arrested-7206049_15092020173712_1509f_1600171632_309.jpg)
ସୋମ୍ୟଜିତ ମାର୍ଥାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏୟାରଫିଲଡ଼ କେସ ନମ୍ବର 178/20। ଧାରା 143/294/269/270/279/504/506/149 ମହାମାରୀ ଅଧିନିୟମ 1897/ ଧାରା 96 ଆଇପିସି ମାମଲା ରୁଜୁ କରାଯାଇଛି ।
![ଜେଲରୁ ବାହାରି ବାଇକ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା, 4 ଗିରଫ](https://etvbharatimages.akamaized.net/etvbharat/prod-images/od-bbsr-07-jail-bikerally-dcp-accq-arrested-7206049_15092020173712_1509f_1600171632_1031.jpg)
![ଜେଲରୁ ବାହାରି ବାଇକ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା, 4 ଗିରଫ](https://etvbharatimages.akamaized.net/etvbharat/prod-images/od-bbsr-07-jail-bikerally-dcp-accq-arrested-7206049_15092020173712_1509f_1600171632_745.jpg)
![ଜେଲରୁ ବାହାରି ବାଇକ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା, 4 ଗିରଫ](https://etvbharatimages.akamaized.net/etvbharat/prod-images/od-bbsr-07-jail-bikerally-dcp-accq-arrested-7206049_15092020173712_1509f_1600171632_484.jpg)
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ