ଭୁବନେଶ୍ବର: ସଟଡାଉନରେ ଚେକିଂ ଜୋରଦାର। ଏଜି ଛକରେ କଟୁଛି ଫାଇନ ଘନ ଘନ। ଅମାନିଆ ଗାଡି ଧରି ବାହାରୁଥିଲେ ମଧ୍ୟ ପରିଚୟ ପତ୍ର ଥିଲେ ବି ବାଇକରେ ଦୁଇଜଣ ବସିବା ମନା। ଏହାକୁ ନେଇ କିଛି ଅମାନିଆଙ୍କଠୁ କଟାଯାଉଛି ଫାଇନ। ଏହି ଆଧାରରେ ଭୁବନେଶ୍ବର ବିଭିନ୍ନ ଚେକ୍ ପୋଷ୍ଟରେ ଚେକିଂ ବେଳେ ଧରାପଡିଥିବା ଅମାନିଆଙ୍କଠୁ ଫାଇନ କାଟୁଛନ୍ତି ଅଧିକାରୀ ।
କିଛି ଦିନର ନିରବତା ପରେ ଆକ୍ଟିଭ ମୁଡରେ କମିସନରେଟ ପୋଲିସ । ଲୋକଙ୍କୁ ସଂକ୍ରମଣରୁ ରକ୍ଷାକରିବାକୁ ଏଭଳି ଟେକନିକ ଆପଣାଇଛି ପୋଲିସ । ଏପରିକି କିଛି ଅମାନିଆଙ୍କ ଗାଡି ମଧ୍ୟ ସିଜ୍ କରି କ୍ରେନରେ ଟେକି ନେଇଛି ପୋଲିସ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ