ଭୁବନେଶ୍ବର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଲା ସ୍କଚ୍ ସ୍ବଚ୍ଛ ଭାରତ ଆଓ୍ଵାଡ୍ । ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ବିତରଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡାକ୍ତର ପ୍ରୋମୋଦ ମେହେର୍ଦ୍ଦା ଓ ରାଜ୍ୟସ୍ଵାସ୍ଥ୍ୟ ବିମା ଏଜେନ୍ସି ର ସିଇଓ ଶାଳୀନ୍ ପଣ୍ଡିତ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ସ୍କଚ ହେଉଛି ଏକ ଜାତୀୟ ସ୍ତରୀୟ ସଂସ୍ଥା । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ମାନଙ୍କୁ ଏହି ପୁରସ୍କାର ଦିଆଯାଇଥାଏ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁସ୍ଵାସ୍ଥ୍ୟ କଲ୍ୟାଣରେ ଲୋକଙ୍କୁ ମାଗଣା ସେବା ଦିଆଯାଉଛି । ଯେଉଁଥିପାଇଁ ମିଳିଛି ଏହି ପୁରସ୍କାର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ