ETV Bharat / city

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ୨୦୨୨, ଦେବାଶିଷ ମହାନ୍ତିଙ୍କୁ ଲାଇଫଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୨ ଘୋଷଣା (Biju Patnaik Sports award 2022 announcement)। ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପାଇଁ ମନୋନୀତ କରାଯାଇଛି । ଅଧିକ ପଢ଼ନ୍ତୁ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୨, ଦେବାଶିଷ ମହାନ୍ତିଙ୍କୁ ଲାଇଫଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ

author img

By

Published : Aug 25, 2022, 8:47 PM IST

ଭୁବନେଶ୍ବର: ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୨ (Biju Patnaik sports award 2022 announcement)। ପୂର୍ବତନ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପାଇଁ ମନୋନୀତ କରାଯାଇଛି (Debashis Mohanty to get lifetime achievement Award)। ସେ ବର୍ତ୍ତମାନ ଜାତୀୟ ସିନିଅର ଚୟନ କମିଟିରେ ପୂର୍ବାଞ୍ଚଳରୁ ପ୍ରତିନିଧିତ୍ବ କରୁଛନ୍ତି । କ୍ରୀଡ଼ାର ପ୍ରଚାର ପ୍ରସାର ଓ କ୍ରିକେଟ ପ୍ରତି ଜୀବନବ୍ୟାପି ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି ରାଜ୍ୟ ସରକାର ।

ଏହି କ୍ରମରେ ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା(Jhili Dalbehera )ଙ୍କୁ ମଧ୍ୟ ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିବେ । ସେ ୨୦୨୧ ଏସିଆନ ଚମ୍ପିଆନ୍‌ସିପ୍‌ରେ ଓ ଜାତୀୟ ବରିଷ୍ଠ ଭାରୋତ୍ତଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ(Sriyanka Sarangi) ମଧ୍ୟ ଜାତୀୟ ସୁଟିଂ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ । ସେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର 2022 ପାଇଁ ମନୋନୀତ ହୋଇଛନ୍ତି । ଜଣେ ପ୍ରିଶକ୍ଷକ ବା କୋଚ୍‌ ଭାବରେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯିବ । କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ବେଣୁଧର ଦାସ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର 2022 ପାଇଁ ମନୋନୀତ ହୋଇଛନ୍ତି । ୨୦୨୧ର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ଝିଲ୍ଲୀ ଦଳବେହେରାଙ୍କୁ ଚୟନ କରାଯାଇଛି ।

ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କୃତ କରିବେ ରାଜ୍ୟ ସରକାର । ଅଗଷ୍ଟ ୨୯ ତାରିଖ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ ପୁରସ୍କାର ପ୍ରଦାନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.