ETV Bharat / city

ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁ ଜୟନ୍ତୀ

author img

By

Published : Mar 2, 2022, 10:02 PM IST

ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜନତା ଦଳ ତରଫରୁ ପାଳନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜନ୍ମ ଜୟନ୍ତୀ । ବିଜୁ ବାବୁଙ୍କର ୧୦୬ତମ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ନିରାଡ଼ମ୍ବରରେ ପାଳନ କରାଯିବ । ଅଧିକ ପଢନ୍ତୁ

ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁ ଜୟନ୍ତୀ
ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁ ଜୟନ୍ତୀ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜନତା ଦଳ ତରଫରୁ ପାଳନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜନ୍ମ ଜୟନ୍ତୀ । ବିଜୁ ବାବୁଙ୍କର ୧୦୬ତମ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ନିରାଡ଼ମ୍ବରରେ ପାଳନ କରାଯିବ । ନିର୍ବାଚନମଣ୍ଡଳୀ ସ୍ତରରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ପରିଚାଳିତ ବିଜୁ ଜନତା ଦଳର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ ।

ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁ ଜୟନ୍ତୀ

ଆସନ୍ତା ମାର୍ଚ୍ଚ ୮ ତାରିଖରେ ବିଜୁ ଜନତା ଦଳ ତରଫରୁ ନିର୍ବାଚନ ମଣ୍ଡଳୀ ସ୍ତରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବ । ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ତଥା ସଦସ୍ୟା ମାନଙ୍କ ଦ୍ଵାରା ଏହା ପାଳନ କରାଯିବ । ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅମୂଲ୍ୟ ଅବଦାନ ସହିତ ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ ସରକାରଙ୍କ ପ୍ରତିବଦ୍ଧତା ତଥା ସେ ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ।

କୋଭିଡ ନିୟମ କଡାକଡି ଭାବେ ପାଳନ ପୂର୍ବକ ବିଜୁ ବାବୁଙ୍କ ଜୟନ୍ତୀ ଏବଂ ଆନ୍ତର୍ଜାତିକ ମହିଳା ସମାବେଶ ପାଳିତ ହେବ । ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁ ବାବୁ ଓଡ଼ିଶାର ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ନୀତି ଏବଂ ଆଦର୍ଶକୁ ଆଧାର କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ଅବିରତ ବିକାଶ ଯାତ୍ରା ଜାରି ରଖୁଛି ।

ଏହାବି ପଢନ୍ତୁ : ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି: କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ

ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ, ଭିତ୍ତିଭୂମି ଉନ୍ନୟନ ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ପ୍ରଶାସନକୁ ଅଧିକ ଉତ୍ତରଦାୟୀ, ସ୍ୱଚ୍ଛ, ପ୍ରଗତିଶୀଳ ଏବଂ ଲୋକାଭିମୂଖୀ କରିବା ପାଇଁ 5 - T ମନ୍ତ୍ର ସହିତ ‘ମୋ ସରକାର’ ଭଳି ଅନୁକରଣୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଶାସନିକ ତଥା ବିକାଶ ପ୍ରକ୍ରିୟାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇଛି ।

ନୂଆ ଓଡ଼ିଶା ଗଢ଼ିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି । ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ବିଜୁ ଜନତା ଦଳ ତରଫରୁ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ବିକାଶ ଯାତ୍ରାର ଏହି ଅସାମାନ୍ୟ ଉପଲବ୍ଧି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାଯିବ । ବିଜୁ ବାବୁଙ୍କ ଜନ୍ମ ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପ୍ରତିବଦ୍ଧ ହେବା ପାଇଁ ନବୀନ ଆହ୍ବାନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.