ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଗୋଟିଏ ପଟେ ପ୍ରଚାର ଜୋରଦାର ଚାଲିଥିବା ବେଳେ ଅନ୍ୟ ପଟେ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ମାନେ ଯେତେ ପ୍ରଚାର କଲେ ବି କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।
ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପ୍ରଚାରକୁ ଓହ୍ଲାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରର୍ଥୀଙ୍କ ପାଇଁ ଖୁବ ଶୀଘ୍ର ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି ପ୍ରମିଳା ।
ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରର୍ଥୀ ରୀତା ସାହୁ ସୁନିଶ୍ଟିତ ବିଜୟ ହାସଲ କରିବେ ଏବଂ 35 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଦଳ ବିଜୟ ହାସଲ କରିବ ବୋଲି କହିଛନ୍ତି ପ୍ରମିଳା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ