ETV Bharat / city

ବିଜେପୁର ଉପ-ନିର୍ବାଚନ: ବାଜିମାତ ପାଇଁ ବଳ କଷାକଷି ଆରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ପୁଣି ଥରେ ସେଠାରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏନେଇ ଖୁବଶୀଘ୍ର ତାରିଖ ଘୋଷଣା ହେବାକୁ ଯାଉଛି । ଏଥର ବିଜେପୁରରେ କିଏ ହେବ ପ୍ରାର୍ଥୀ ହେବ କିଏ ଜିତିବ ବିଜେପୁର ? ସେ ନେଇ ୩ ପ୍ରମୁଖ ଦଳ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।

author img

By

Published : Jun 10, 2019, 10:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ପୁଣି ଥରେ ବିଜେପୁରରେ ଉପ-ନିର୍ବାଚନ । ୨ ବର୍ଷ ଭିତରେ ୩ ଥର ନିର୍ବାଚନ ଦେଖିବାକୁ ପ୍ରସ୍ତୁତ ହେଉଛନ୍ତି ବିଜେପୁର ବାସୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ପୁଣି ଥରେ ଉପନିର୍ବାଚନ ହେବାକୁ ଯାଉଛି । ଏ ନେଇ ଖୁବ ଶୀଘ୍ର ତାରିଖ ଘୋଷଣା ହେବ । ଏଥର ବିଜେପୁରରେ କିଏ ହେବ ପ୍ରାର୍ଥୀ ହେବ କିଏ ଜିତିବ ବିଜେପୁର ସେ ନେଇ ୩ ପ୍ରମୁଖ ଦଳ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ରାଜ୍ୟରେ ଶୋଚନୀୟ ପ୍ରଦର୍ଶନ କରିଥିବା କଂଗ୍ରେସ ବିଜେପୁର ଆସନ ଜିଣିବା ପାଇଁ ଆଶାବାଦୀ ରହିଛି । ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ କଂଗ୍ରେସ ପୁଣି ଥରେ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ କଠିନ ପରିଶ୍ରମ କରିବ ବୋଲି କହିଛନ୍ତି । ବିଜେଡି ତୁଳନାରେ ରାଜ୍ୟରେ କଂଗ୍ରେସ ଦୁର୍ବଳ ଅଛି, ମାତ୍ର ବିଜେପୁରରେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବ ଦଳ ବୋଲି କହିଛନ୍ତି ନରସିଂହ ମିଶ୍ର । ସେପଟେ ବିଜେପୁର ପାଇଁ ବିଜେଡି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ଭଟଲି ବିଧାୟକ ତଥା ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।

ବିଜେପୁରରେ ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ସେ ଜିତିବେ ବୋଲି କହିଛନ୍ତି ସୁଶାନ୍ତ ସିଂହ । ବିକାଶକୁ ଏଜେଣ୍ଡା କରି ବିଜେପୁର ଦଖଲ କରିବ ବିଜେଡି ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ/ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.