ETV Bharat / city

Vaccine Drive: ରାଜ୍ୟର ୫୪ଟି କେନ୍ଦ୍ରରେ ଚାଲିଛି ପିଲାଙ୍କ ଟୀକାକରଣ

ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ୧୨-୧୪ ବର୍ଷ ପିଲାଙ୍କ ଟୀକାକରଣ । ରାଜ୍ୟର ୫୪ ଟି କେନ୍ଦ୍ରରେ ଏହି ବର୍ଗର କିଶୋର ଏବଂ କିଶୋରୀଙ୍କୁ ଟୀକାକରଣ କରାଯାଉଛି। ଅଧିକ ପଢ଼ନ୍ତୁ

bijay panigrahi says on vaccine drive in odisha
Vaccine Drive: ରାଜ୍ୟର ୫୪ଟି କେନ୍ଦ୍ରରେ ଚାଲିଛି ପିଲାଙ୍କ ଟୀକାକରଣ
author img

By

Published : Mar 16, 2022, 3:25 PM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ୧୨-୧୪ ବର୍ଷ ପିଲାଙ୍କ ଟୀକାକରଣ । ରାଜ୍ୟର ୫୪ଟି କେନ୍ଦ୍ରରେ ଏହି ବର୍ଗର କିଶୋର ଏବଂ କିଶୋରୀଙ୍କୁ ଟୀକାକରଣ କରାଯାଉଛି। ଆଗାମୀ ଦିନରେ ଟିକା କେନ୍ଦ୍ର ବୃଦ୍ଧି କରାଯିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ମାର୍ଚ୍ଚ ୧୫, ୨୦୧୦ ମସିହା ପୂର୍ବରୁ ଜନ୍ମ ହୋଇଥିବା ପିଲା ଏହି ଟିକାକରଣରେ ସାମିଲ ହୋଇପାରିବେ ।

Vaccine Drive: ରାଜ୍ୟର ୫୪ଟି କେନ୍ଦ୍ରରେ ଚାଲିଛି ପିଲାଙ୍କ ଟୀକାକରଣ

ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଆଜିଠାରୁ ପ୍ରିକସନ ଡୋଜ ନେଇପାରିବେ। ପୂର୍ବରୁ କେବଳ କୋ-ମାର୍ମିଡ଼ ମାନଙ୍କୁ ଏହି ପ୍ରିକସନ ଡୋଜ ଦିଆଯାଉଥିଲା । କିନ୍ତୁ ଆଜିଠୁ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ଟୀକା ନେଇପାରିବେ । ସେହିଭଳି ଅନ୍ୟ ରେଗୁଲାର ଭ୍ୟାକ୍ସିନେସନ ଯଥା ୧୮ ବର୍ଷରୁ ଊର୍ଦ୍ଧ୍ବ ଓ ୧୫ ରୁ ୧୭ ବର୍ଷ ପିଲାଙ୍କର ଟୀକାକରଣ ପୂର୍ବ ଭଳି ଜାରି ରହିବ । ବର୍ତ୍ତମାନ ସୁଦ୍ଧା ୬ କୋଟି ୨୧ ଲକ୍ଷ ଟୀକା ବର୍ତ୍ତମାନ ଦିଆଯାଇଛି । ଯେଉଁଥିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ୯୫.୪ ପ୍ରତିଶତ ପ୍ରଥମ ଡୋଜ ନେଇଛନ୍ତି । ସେହିପରି ଦ୍ଵିତୀୟ ଡୋଜ ନେଇଛନ୍ତି ୮୪ ପ୍ରତିଶତ ନେଇଥିବା ସୂଚନା ରହିଛି । ୧୫ ରୁ ୧୭ ବର୍ଷ ପିଲାଙ୍କ ମଧ୍ୟରୁ ୮୨ ପ୍ରତିଶତ ପ୍ରଥମ ଡୋଜ ନେଇଥିବାବେଳେ ୬୩ ପ୍ରତିଶତ ଦ୍ଵିତୀୟ ଡୋଜ ନେଇସାରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.