ETV Bharat / city

ରତ୍ନ ଭଣ୍ଡାର ଖୋଲିବା ଦାବି ଉଠାଇଲେ ବିଜୟ, ଯଥାର୍ଥତା ନାହିଁ କହିଲେ ଲେନିନ୍‌

author img

By

Published : Sep 18, 2022, 9:52 PM IST

ଆମିକସ୍‌ କ୍ୟୁରିଙ୍କ ଗସ୍ତ ପରେ ପୁନଃ ରତ୍ନ ଭଣ୍ଡାର ଖୋଲିବାକୁ ଦାବି ଉଠିବାରେ ଲାଗିଛି । ଏହାକୁ ନେଇ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି(Bijay mohapatra hold a press meet)। ଏହାର ଜବାବ ରଖିଛି ବିଜେଡି । ଅଧିକ ପଢ଼ନ୍ତୁ

Bijay mohapatra hold a press meet demanding to open Ratna Bhandar of Shri Mandir
ରତ୍ନ ଭଣ୍ଡାର ଖୋଲିବା ଦାବି ଉଠାଇଲେ ବିଜୟ, ଯଥାର୍ଥତା ନାହିଁ କହିଲେ ଲେନିନ୍‌

ଭୁବନେଶ୍ବର: ପୁଣି ଉଠିଲା ରତ୍ନ ଭଣ୍ଡାର ପ୍ରସଙ୍ଗ । ଆମିକସ୍‌ କ୍ୟୁରିଙ୍କ ଗସ୍ତ ପରେ ପୁନଃ ରତ୍ନ ଭଣ୍ଡାର ଖୋଲିବାକୁ ଦାବି ଉଠିବାରେ ଲାଗିଛି । ଏହାକୁ ନେଇ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରତ୍ନ ଭଣ୍ଡାର ସୁରକ୍ଷା ଓ ମରାମତି ଦିଗରେ ଅବହେଳା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର(Bijay mohapatra hold a press meet) । ସେପଟେ ଏହାର ଜବାବ ରଖିଛି ବିଜେଡି ।

ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "କୋର୍ଟଙ୍କ ନିର୍ଦ୍ଦେଶରେ ନିକଟରେ ଆମିକ୍ୟସ କ୍ୟୁରି ପୁରୀ ଆସିଥିଲେ । ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ ଅବହେଳା ହୋଇଛି । ଏହାର ଦାୟିତ୍ବ ଏଏସ୍‌ଆଇର । ରତ୍ନ ଭଣ୍ଡାର ମାଲିକ ହେଉଛନ୍ତି ପ୍ରଭୁ ଜଗନ୍ନାଥ । କିଛି ସରକାରୀ ଅଧିକାରୀ ଭାବୁଛନ୍ତି ରତ୍ନ ଭଣ୍ଡାର ମାଲିକ ସରକାର । ରତ୍ନ ଭଣ୍ଡାର ପ୍ରତି ବିପଦ ରହିଥିବା କଥା ପୂର୍ବରୁ କହିଛି ପ୍ରତ୍ତ୍ନତତ୍ତ୍ବ ବିଭାଗ । ଏ କଥା ଆମିକସ୍‌ କ୍ୟୁରି ମଧ୍ୟ କହିଛନ୍ତି । ସମସ୍ତଙ୍କ ଦାବି ରତ୍ନଭଣ୍ଡାର ଖୋଲାଯାଉ । ଏହାପୂର୍ବରୁ ୧୯୭୮, ୧୯୮୨, ୧୯୮୫ରେ 3ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା । ରତ୍ନଭଣ୍ଡାର କମିଟି ଗଠନ ହୋଇଥିଲା । ସେତେବେଳେ 12838 ଭରି ସୁନା ରହିଥିବା ରିପୋର୍ଟ ଅଛି । ପ୍ରାୟ 100 କୋଟି ଟଙ୍କାର ସଂପତ୍ତି ହେବ । ଯଦି ସେତେବେଳେ ରତ୍ନ ଭଣ୍ଡାର ଖୋଳାଯାଇଥିଲା ତେବେ ଏବେ ରତ୍ନ ଖୋଲିବା ନେଇ କେଉଁଠି ଅସୁବିଧା ରହିଛି ।"

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଯଦିଓ ପ୍ରାବଧାନ ରହିଛି ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବେ । ହେଲେ ଅନୁମତି ବିଳମ୍ବରେ ପ୍ରଦାନ କରିବା ମଧ୍ୟ ଆଇନର ଅବମାନନା । ରାଜ୍ୟ ସରକାର ଏ ଚରମ ଅବହେଳାରୁ ବଞ୍ଚିତ ହୁଅନ୍ତୁ । କୌଣସି ପ୍ରସ୍ତାବର ଆବଶ୍ୟକତା ନାହିଁ, ସରକାର ଚାହିଁଲେ ଖୋଲି ପାରିବେ । ଗଜପତି ମହାରାଜା ମଧ୍ୟ ଏହାର ନେତୃତ୍ବ ନେବା ଦରକାର ଖାଲି କହିଦେଇ ଘରେ ବସିଲେ ହେବ ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ଗତ ୧୦୦ ବର୍ଷ ହେବ ଯାହା ହୋଇ ନଥିଲା ତାହା ଏବେ ହେଉଛି । ଲୋକେ ଏହାକୁ ପ୍ରଶଂସା କରୁଛନ୍ତି । କିଛି ବ୍ୟକ୍ତି ସବୁବେଳେ ନିନ୍ଦୁକ ସାଜି ଲୋକ ସମ୍ପର୍କ ବଢ଼ାଇବା ପାଇଁ ପ୍ରୟାସ କରନ୍ତି । ସରକାର ପ୍ରତ୍ୟକ ବିଷୟକୁ ନେଇ ତତ୍ପର ରହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ରତ୍ନ ଭଣ୍ଡାର ସହ ସଂସ୍କାର ବାବଦରେ କହି ସାରି ସାରିଛନ୍ତି । ତେଣୁ ବିଜୟ ମହାପାତ୍ରଙ୍କ ବୟାନର ଯଥାର୍ଥତା ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.