ETV Bharat / city

ନବୀନଙ୍କ ସମର୍ଥନରେ ନୀତିଶ, ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା

author img

By

Published : May 14, 2019, 6:39 PM IST

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟର ପାହ୍ୟା ମିଳିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଅନେକ ଥର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏହି ଦାବିକୁ ସମର୍ଥନ କରିଛି ଜନତା ଦଳ ୟୁନାଇଟେଡ(ଜେଡିୟୁ) ।

ଡିଜାଇନ ଫଟୋ

ଭୁବନେଶ୍ବର: ପ୍ରାୟ ପ୍ରତି ବର୍ଷ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରୁଛି ଓଡିଶା । ତେଣୁ ଏହାକୁ ସ୍ବତନ୍ତ୍ର ରାଜ୍ୟର ପାହ୍ୟା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ 3’ରେ ଓଡିଶା ଉପକୂଳକୁ ଛୁଇଁଥିବା ସାମୁଦ୍ରିକ ଝଡ ‘ଫନି’ର ମହାତାଣ୍ଡବରେ ରାଜ୍ୟକୁ ଅନେକ କ୍ଷୟକ୍ଷତି ସାମ୍ନା କରିବାରୁ ପଡିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟର ପାହ୍ୟା ଦେବା ପାଇଁ ଏକ ସାକ୍ଷାତକାରରେ କହିଛନ୍ତି ନବୀନ । ତେବେ ନବୀନଙ୍କ ଏହି ଦାବିକୁ ସମର୍ଥନ କରିଛି ଜନତା ଦଳ ୟୁନାଇଟେଡ(ଜେଡିୟୁ) ।

ବିହାରକୁ ସ୍ବତନ୍ତ୍ର ରାଜ୍ୟର ପାହ୍ୟା ପ୍ରଦାନ କରିବା ଦାବିକୁ ଦୋହରାଇବା ସହ ଓଡିଶାକୁ ବି ସମାନ ଅଧିକାର ଦେବା ପାଇଁ ଦାବି କରିଛି ଜେଡିୟୁ । ଏନେଇ ପୁର୍ନବିଚାର କରିବାକୁ ବିତ୍ତ ଆୟୋଗଙ୍କ ନିକଟରେ ଦାବି କରାଯାଇଛି ।

ଓଡିଶାର ଏହି ଦାବିକୁ ଆମେ ସମର୍ଥନ କରୁଛୁ ଏବଂ ବିହାର ପାଇଁ ମଧ୍ୟ ଏହା ଚାହୁଁଛୁ ବୋଲି ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.