ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ସାଇକେଲ ଟ୍ରାକ ଜବରଦଖଲ ଉଛେଦ କାର୍ଯ୍ୟ। ସାଇକେଲ ଚଳାଳିଙ୍କ ପାଇଁ ପ୍ରତି ଶୁକ୍ରବାର ଏହି ସ୍ବତନ୍ତ୍ର ଉଚ୍ଛେଦ କାର୍ଯ୍ୟ କରାଯିବ। ବିଏମସି ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟ କରାଯିବ।
ସାଇକେଲ ଚଳାଳିଙ୍କ ପାଇଁ ଟ୍ରାକ ବାହର କରିବାକୁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଏଣିକି ଭୁବନେଶ୍ବରରେ ସମସ୍ତ ସାଇକେଲ ଟ୍ରାକ ଅବରୋଧ ମୁକ୍ତ ହେବ। ପ୍ରଥମ ଦିନରେ ରାଜଧାନୀର ସାଇକେଲ ଟ୍ରାକରେ ଥିବା ଗୋଟିଏ ଫଳ ଦୋକାନ, ଗୋଟିଏ ଜଳଖିଆ ଦୋକାନ, ଗୋଟିଏ କାର ଏବଂ ଗୋଟିଏ ପ୍ରଦୂଷଣ ପରୀକ୍ଷା ଜାନକୁ ହଟାଇ ଦିଆଯାଇଛି। ଏହାସହ ଯେଉଁ ଟ୍ରାକ ଉପରେ ନିର୍ମାଣ ବା ଭଗ୍ନାବଶେଷ ବର୍ଜ୍ୟବସ୍ତୁ ରହିଥିଲା ତାହାକୁ ମଧ୍ୟ ହଟାଯାଇଛି। ଜବରଦଖଲ କରିବା ଅଭିଯୋଗରେ 10 ହଜାର ଟଙ୍କା ଫାଇନ କରାଯାଇଛି।
ଟ୍ରାକକୁ ମୁକ୍ତ କରିବାକୁ ରାଜଧାନୀବାସୀଙ୍କୁ ସତର୍କ କରାଇଛି ବିଏମସି। ଏଥିରେ ଅବହେଳା କଲେ ଭାରି ତଣ୍ଡ ଦେବାକୁ ପଡ଼ିପାରେ ବୋଲି ଚେତାବନୀ ଦେଇଛି ବିଏମସି
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ