ETV Bharat / city

କୋରୋନା ମୁକାବିଲା: ସୁନ୍ଦରପଦା କପିଳ ପ୍ରସାଦ ସିଲ୍

author img

By

Published : Apr 5, 2020, 6:31 PM IST

Updated : Apr 5, 2020, 7:02 PM IST

ସୁନ୍ଦରପଦାର କପିଳପ୍ରସାଦ ସିଲ୍ । ଭୁବନେଶ୍ବରର ସୁନ୍ଦରପଦା କପିଳ ପ୍ରସାଦ କୋରୋନା ହଟ୍‌ସ୍ପଟ ଘୋଷିତ । ଅଞ୍ଚଳର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍‌ କଲା ପ୍ରଶାସନ ।

bhubaneswars-sundarpada-kapil-prasad-seal
ଭୁବନେଶ୍ବରର ସୁନ୍ଦରପଦା କପିଳ ପ୍ରସାଦ ସିଲ୍

ଭୁବନେଶ୍ବର: ସୁନ୍ଦରପଦାର କପିଳପ୍ରସାଦ ସିଲ୍ । ଭୁବନେଶ୍ବରର ସୁନ୍ଦରପଦା କପିଳ ପ୍ରସାଦ କୋରୋନା ହଟ୍‌ସ୍ପଟ ଘୋଷିତ । ଅଞ୍ଚଳର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍‌ କଲା ପ୍ରଶାସନ । ଅଞ୍ଚଳର ବହୁ ଲୋକ ବିଦେଶରୁ ଫେରିଥିବାରୁ ପ୍ରଶାସନ ନେଇଛି ଏଭଳି ନିଷ୍ପତ୍ତି ।

ଆଜି ଭୁବନେଶ୍ବରରେ ଆଉ 2 କୋରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 23କୁ ବୃଦ୍ଧି ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍‌-9ର 70 ବର୍ଷୀୟ ବୃଦ୍ଧ ।

ଏହା ଜଣାପଡିବା ପରେ ବିଏମସି ପକ୍ଷରୁ ୱାର୍ଡ ନମ୍ବର 67 ସୁନ୍ଦରପଦା ଓ ୱାର୍ଡ ନମ୍ବର 64 ଯଦୁପୁରକୁ ସିଲ୍ କରାଯାଇଛି । ୱାର୍ଡ ନମ୍ବର 67ରେ ସୁନ୍ଦରପଦା ସରକାରୀ ହସ୍ପିଟାଲରୁ କାଳୁଆଶୁଣି ମନ୍ଦିର, କାଳୁଆଶୁଣି ମନ୍ଦିରଠୁ ଟାଟା ପ୍ରୋଜେକ୍ଟ ଏସଇଟିପି ଓ ଟାଟା ପ୍ରୋଜେକ୍ଟ ଏସଇଟିପିଠୁ ସରକନ୍ତର ନ୍ୟୁ କଲଭର୍ଟ ଯାଏଁ ସିଲ୍ କଲା ପ୍ରଶାସନ ।

ସେହିପରି ୱାର୍ଡ ନମ୍ବର 64ରେ ପାଲାମଣ୍ଡପ ଛକ ଠାରୁ ଯଦୁପୁର ଗାଁ, ପାଣି ଟାଙ୍କି ଠାରୁ ଯଦୁପୁର ଗାଁ, ମୁଖ୍ୟ ରାସ୍ତାର ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୁର ଗାଁ ଏବଂ ଆମ୍ବେଦକର ଶିକ୍ଷାକେନ୍ଦ୍ର ଠାରୁ ଯଦୁପୁର ଗାଁ ପର୍ଯ୍ୟନ୍ତ ସିଲ୍ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 5, 2020, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.