ETV Bharat / city

ନିଶା ପାଇଁ ସାପ ବିଷର ଡିମାଣ୍ଡ, 10 ଲକ୍ଷରେ 1 ଲିଟର

author img

By

Published : Mar 28, 2021, 9:01 PM IST

ରାଜଧାନୀରେ ସାପ ବିଷ କାରବାର ଘଟଣା । ମାମଲାରେ ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ । ଅଧିକ ପଢନ୍ତୁ...

ନିଶା ପାଇଁ ସାପ ବିଷର ଡିମାଣ୍ଡ, 10 ଲକ୍ଷରେ 1 ଲିଟର
ନିଶା ପାଇଁ ସାପ ବିଷର ଡିମାଣ୍ଡ, 10 ଲକ୍ଷରେ 1 ଲିଟର

ଭୁବନେଶ୍ବର: ଏଣିକି ବ୍ରାଉନସୁଗାର କି ଗଞ୍ଜେଇ ନୁହେଁ, ବଢୁଛି ସାପ ବିଷ ବା ସ୍ନେକଭେନମ ଚାହିଦା । ନିଶାରେ ଚୁର୍ ହେବାକୁ ନିଶାଡି ସାପର ବିଷର ବ୍ୟବହାର କରୁଛନ୍ତି । ଯାହାର ବ୍ୟବହାର ମେଟ୍ରୋସିଟି ଭଳି ରାଜଧାନୀରେ ଆରମ୍ଭ ହେଲାଣି । ସାପ ବିଷର ନିଶା ପାଇଁ ଓଡିଶାରେ ବିଶେଷକରି ଭୁବନେଶ୍ବରରେ ଡିଲ୍ ହେବା ଘଟଣା ସାମ୍ନାକୁ ଆସିଛି । ଶନିବାର ଏହି ବିଷ କାରବାରରେ 5 ଜଣଙ୍କୁ ଗିରଫ କରାଯାଇଥିବାବେଳେ ରବିବାର ଘଟଣାର ମାଷ୍ଟରମାଇଣ୍ଡ ଗିରଫ ହୋଇଛି । ଏହାସହ ଘଟଣାର କିଙ୍ଗପିନ ସତ୍ୟନାରୟଣ ଦାସକୁ ଖୋଜୁଛି ଫରେଷ୍ଟ ଡିଭିଜନ ।

ଶନିବାର ଭୁବନେଶ୍ବରର ଜଣେ ମଧ୍ୟସ୍ଥିଙ୍କ ସହ ବରଗଡରୁ ଦୁଇ ଜଣ ବେଆଇନ ସାପ ବିଷ ଚାଲାଣ ନେଇ ଡିଲ କରୁଥିଲେ । ବିଷ କିଣିବାକୁ ବାଲେଶ୍ବରରୁ ଜଣେ ମହିଳାଙ୍କ ସହ ଦୁଇ ଜଣ ଯୁବକ ଆସିଥିଲେ । ଏନେଇ ଖବର ପାଇ ମାଡ଼ି ବସିଥିଲେ ସିଟି ଫରେଷ୍ଟ ଡିଭିଜନ । ଶନିବାର ଏହି ଘଟଣାରେ 5 ଜଣଙ୍କୁ ଗିରଫ କରାଯାଇଥିବେଳେ ଆଜି ଆଉ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ଫରେଷ୍ଟ ଡିଭିଜନ ଟିମ । ଏହାସହ ୧ ଲିଟର ଭେନମ ପାଇଁ ୧୦ ଲକ୍ଷ ଡିଲ ହେବା ଘଟଣା ପଦାକୁ ଆସିଛି । ଏନେଇ ଅଧିକ ତନାଘନା ଜାରି ରଖିଛି ବନବିଭାଗ ଟିମ ।

ତେବେ ସାପ ବିଶେଷଜ୍ଞ କହିବା କଥା, ଏହା ପଛରେ ରହିଛି ସାପ ଧରାଳିଙ୍କର ନେଟୱାର୍କ । ତେବେ ଏତେ ପରିମାଣର ବିଷ କିପରି ଆସିଲା, କିଏ ଏହି ଭେନମକୁ କାହାକୁ ବିକ୍ରି କରୁଥିଲେ, ତାହା ପୁଣି ଲିଟର ପିଛା 10 ଲକ୍ଷ ଟଙ୍କାରେ ସେ ଦିଗରେ ତଦନ୍ତ ଜାରି ରହିଛି । ଏହି ସାପ ବିଷରେ କେବଳ ଗୋଟିଏ ସାପର ବିଷ ରହିଛି ନାଁ ଆଉ କେଉଁ ସାପର ବିଷ ରହିଛି ସେଥିପାଇଁ ଜବତ ବିଷକୁ ଲାବୋଟୋରୀକୁ ପଠାଯିବ ବୋଲି କହିଛନ୍ତି ଏସିଏଫ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.