ETV Bharat / city

ସଂଘର୍ଷର ନୂଆ କାହାଣୀ: ଗୋଲ୍ ସ୍କୋର କରୁଥିଲେ, ଏବେ ଧରିବେ ଅପରାଧୀ

ମାତ୍ର 5 ବର୍ଷ ବୟସରେ ପରିବାର ଛାଡ଼ି ଭୁବନେଶ୍ବର ସାଲିଆ ସାହି ଚାଲି ଆସିଥିଲେ ଝରଣା ମଲ୍ଲିକ ଓ ରୁନୀ ନାୟକ । ଫୁଟବଲରେ ଭଲ ପ୍ରଦର୍ଶନ କରି ଉଭୟ ଜାତୀୟ ଦଳରେ ସାମିଲ ହୋଇ ପାରିଛନ୍ତି । ଯାହାର ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ...

ସଂଘର୍ଶର ଏକ ନୂଆ କାହାଣୀ, କ୍ରୀଡ଼ାବିତରୁ ହେବେ ପୋଲିସ ମାଡାମ

author img

By

Published : Jul 1, 2021, 9:20 PM IST

ଭୁବନେଶ୍ବର: ଗୁରୁଙ୍କ ପାଇଁ ଏକଲବ୍ୟଙ୍କ ସ୍ବପ୍ନ ସତ ହୋଇଛି, ହେଲେ ପାଖରେ ନାହାଁନ୍ତି ଦ୍ରୋଣାଚାର୍ଯ୍ୟ । ଆଉ ଗୁରୁଙ୍କୁ ଝୁରୁଛନ୍ତି ଏକଲବ୍ୟ। ଆମେ କହୁଛୁ ଦୁଇ ବାଳିକା ଫୁଟବଲ୍ ଖେଳାଳି ଝରଣା ମଲ୍ଲିକ ଓ ରୁନୀ ନାୟକଙ୍କ କଥା । କଳିଙ୍ଗ ଷ୍ଟାଡିୟମରେ କୋଚିଂ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଉଭୟ ସୁଯୋଗ ପାଇଛନ୍ତି । ବର୍ତ୍ତମାନ ଉଭୟ ପୋଲିସ ବିଭାଗ ଚାକିରୀ ପାଇଛନ୍ତି । ହେଲେ ଏହି ସଫଳତା ଦେଖିବାକୁ ଦୁନିଆରେ ଆଉ ନାହାନ୍ତି ତାଙ୍କ ଗୁରୁ ନନ୍ଦ କିଶୋର ପଟ୍ଟନାୟକ ।

ସଂଘର୍ଷର ଏକ ନୂଆ କାହାଣୀ, କ୍ରୀଡ଼ାବିତରୁ ହେବେ ପୋଲିସ ମାଡାମ

ମାତ୍ର 5 ବର୍ଷ ବୟସରେ ପରିବାର ଛାଡ଼ି ଭୁବନେଶ୍ବର ସାଲିଆ ସାହି ଚାଲି ଆସିଥିଲେ ଝରଣା ମଲ୍ଲିକ ଓ ରୁନୀ ନାୟକ । ଆର୍ଥିକ ଦୁରାବସ୍ଥା ଯୋଗୁଁ ଝରଣା ମଲ୍ଲିକ ଓ ରୁନୀ ନାୟକଙ୍କୁ ତାଙ୍କ ପରିବାର ଲୋକେ ବସ୍ତିରେ ଥିବା ସ୍ନେହା ବାଳିକା ଆଶ୍ରମରେ ଛାଡ଼ିଦେଇଥିଲେ । ଏଠାରେ ରହି ଏହି ଦୁଇ ଜଣ ପାଠ ପଢିବା ସହ ଖେଳ ଆଡକୁ ମନବଳାଇଥିଲେ। ଏହି ଦୁଇ ଜଣଙ୍କ ଆଗ୍ରହକୁ ଦେଖି ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ଝରଣା ଓ ରୁନୀଙ୍କୁ ଫୁଟବଲ କୋଚିଂ ଦେବା ଆରମ୍ଭ କଲେ । କାଳକ୍ରମ ଭଲ ପ୍ରଦର୍ଶନ କରି ଝରଣା ମଲ୍ଲିକ ଭାରତୀୟ ଦଳରେ ସ୍ଥାନ ପାଇବାକୁ ସକ୍ଷମ ହୋଇଥିଲେ ।

କିଛିଦିନ ପୂର୍ବେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୯ ଜଣ କ୍ରିଡ଼ାବିତଙ୍କୁ ପୋଲିସ ଚାକିରୀରେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର। ଏଥିରେ ସାମିଲ ରହିଛନ୍ତି ୩୦ ଜଣ ମହିଳା କ୍ରୀଡ଼ାବିତ ସାମିଲ ଥିବା ବେଳେ 9 ଜଣ ପୁରୁଷ କ୍ରୀଡ଼ାବିତ ରହିଛନ୍ତି । ସେମାନଙ୍କ ମଧ୍ୟରେ ଝରଣା ମଲ୍ଲିକ ଓ ରୁନୀ ନାୟକ ମଧ୍ୟ ସାମିଲ ରହିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କ୍ରୀଡ଼ାବିତଙ୍କୁ ଏଭଳି ସମ୍ମାନ ପରେ ରୁନୀ ଓ ଝରଣା ଯୁବ ଖେଳାଳିଙ୍କ ପାଇଁ ପାଲଟିଛନ୍ତି ରୋଲ ମଡେଲ ।

"ଆମ ପାଖରେ ସାର୍ ଆଜି ନାହାଁନ୍ତି । ସେ ଆମକୁ ଏକା କରି ଚାଲିଯାଇଛନ୍ତି। ସାର୍ ଥିଲେ ଏବେ ତାଙ୍କ ଖୁସିର କୌଣସି ସୀମା ନଥାନ୍ତା । ତାଙ୍କ ପାଇଁ ଆମକୁ ଆଜି ଚାକିରୀ ମିଳିଯାଇଛି। ସବୁବେଳେ ସାର୍ କହୁଥିଲେ ଏବେ କଷ୍ଟ କର ଆଗକୁ ଖୁସି ମିଳିବ । କିଛି ପୂର୍ବେ ଚାକିରୀ ପାଇଁ ସାର୍ ଫର୍ମ ପୂରଣ କରିଦେଇଥିଲେ। ତାଙ୍କ ବିନା ଏ ଖୁସିର ମୂଲ୍ୟ କିଛି ନାହିଁ।" ଏଭଳି କହୁକହୁ ଦୁଇ ଅନ୍ତର୍ଜାତୀୟ ଫୁଟବଲ ଖେଳାଳିଙ୍କ ଆଖିରେ ଲୁହ ଆସି ଯାଉଛି ।

ରୁନୀ ଓଡ଼ିଶା ଦଳରେ ସ୍ଥାନ ପାଇ ଅନେକ ସୁନାମ ଅର୍ଜନ କରିଛନ୍ତି। ଦୁଇ ଜଣଙ୍କ ଏହି ସଫଳତା ପଛରେ ସବୁଠୁ ଅଧିକ ଶ୍ରେୟ ଥିବା ମଣିଷ ନନ୍ଦକିଶୋର ପଟ୍ଟନାୟକ ସାର୍ ନାହାଁନ୍ତି । କୋରୋନାରେ କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଯାଇଛି। ଜାହାଙ୍କୁ ଏବେ ଝୁରୁଛନ୍ତି ଝରଣା ମଲ୍ଲିକ ଓ ରୁନୀ ନାୟକ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.