ଭୁବନେଶ୍ବର: ବିନା ପରମିଟରେ ଷ୍ଟପେଜରୁ ଯାତ୍ରୀ ଉଠାଇବା ସହ ବେଆଇନ ଭାବେ ଯାତ୍ରୀଙ୍କ ଠାରୁ ଟିକେଟ କାଟୁଥିବା ଅଭିଯୋଗରେ ୩ଟି ବସକୁ ଜବତ କଲା ଭୁବନେଶ୍ବର ଆରଟିଓ । ଏହାଦ୍ବାରା ପରମିଟ ପାଇଁଥିବା ବସ ଗୁଡିକୁ କ୍ଷତି ସହିବାକୁ ପଡୁଥିଲା । ଯାହାର ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ବର ଆରଟିଓ ।
ଏଭଳି ଅଭିଯୋଗ ପରେ ବସ ଷ୍ଟପରେ ଯାତ୍ରୀ ଉଠାଉଥିବା ବସକୁ ଟ୍ରାକ କରିଥିଲା ଆରଟିଓ ଭୁବନେଶ୍ବର ୧ ଓ ୨ । ଷ୍ଟେଟ କ୍ୟୁରେଜ ପରମିଟ ନଥାଇ ବସ ଚଲାଇବା ଓ ବିନା ପରମିଟରେ ରାଜ୍ୟ ବାହାରର ବସ ଚଳାଚଳ କରିବା । ଏପରି ନିୟମ ଉଲଙ୍ଘନ କରିଥିବା ୩ ଟି ବସକୁ ଜନାର୍ଦନ,ଗଙ୍ଗୌତ୍ରୀ,ଏସକେଏସ ଲଜିଷ୍ଟିକ ସିଜ କରିଛି ଆରଟିଓ ଭୁବନେଶ୍ବର ।
କଳାହାଣ୍ଡିର ଗୋଟିଏ ବସ ଓ ଆନ୍ଧ୍ରର ୨ଟି ବସକୁ ବିଭିନ୍ନ ନିୟମ ଉଂଲ୍ଲଘନ ଅଭିଯୋଗରେ ସିଜ କରି ଅଟକ ରଖିଛି ଉଭୟ ଆରଟିଓ ଭୁବନେଶ୍ବର ୧ ଓ ୨ । ବିନା ଅନୁମତିରେ ରାଜ୍ୟ ଭିତରେ ରାଜ୍ୟ ବାହାରର ବସ ଚଳାଚଳ କରିବା କଣ୍ଟାକ କ୍ୟାରେଜ ଅନୁମତି ପାଇଥିବା ବସ ରାଜ୍ୟ ଭିତରେ ଷ୍ଟପେଜରେ ଗାଡି ରଖିପାରିବେ ନାହିଁ କି, ଗାଡିରେ ଯାତ୍ରୀଙ୍କ ଠୁ ଟିକେଟ କାଟି ପାରିବେ ନାହିଁ ।
ଏଥିପାଇଁ ଷ୍ଟେଟ କ୍ୟୁରେଜ ଅନୁମତି ଆବଶ୍ୟକ । ହେଲେ ବସ ମାଲିକଙ୍କ ପାଖରେ ଏହାର ପରିମିଟ ନଥିବା ନେଇ ପୂର୍ବରୁ କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି କିଛି ବସଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ହେଲେ ସେମାନେ ନିୟମ ଉଂଲ୍ଲଙ୍ଘନ କରିଆସୁଥିଲେ । ପରେ ତାଙ୍କୁ ସିଜ କରିବାକୁ ଅନୁମତି ଆସିବା ପରେ ଏଭଳି ନିୟମ ଉଂଲ୍ଲଙ୍ଘନ କରିଥିବା ବସ୍ ସିଜ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ