ETV Bharat / city

ଆଜାଦି କି ଅମୃତ ମହୋତ୍ସବ, ବୁଲି ବୁଲି ସ୍ବାଧୀନତାର ଗାଥା ଗାଉଛି RPF - ସ୍ବାଧୀନତାର ଗାଥା ଗାଉଛି ଭୁବନେଶ୍ବର ଆରପିଏଫ

ଭାରତ ଚଳିତବର୍ଷ ସ୍ବାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏଥିଲାଗି ଭୁବନେଶ୍ବର RPF ରାଜଧାନୀର ଐତିହ୍ୟସ୍ଥଳରେ ସ୍ବାଧୀନତାର ଗାଥା ଗାଇ ସଭିଙ୍କ ମନରେ ସୃଷ୍ଟି କରିଛି ଜାତୀୟତାଭାବ । ଅଧିକ ପଢନ୍ତୁ

ଆଜାଦି କି ଅମୃତ ମହୋତ୍ସବର ମାହୋଲ, ବୁଲି ବୁଲି ସ୍ବାଧୀନତାର ଗାଥା ଗାଉଛି RPF

author img

By

Published : Aug 14, 2022, 2:05 PM IST

Updated : Aug 14, 2022, 2:13 PM IST

ଭୁବନେଶ୍ବର: ଚଳିତବର୍ଷ ୭୫ବର୍ଷ ସ୍ବାଧୀନତା ଦିବସ ( 75th Independence day )ପୂର୍ତ୍ତିର ସ୍ବାଦ ଚାଖିବ ଭାରତ । ଏଥିଲାଗି ଚାରିଆଡେ ସେଲିବ୍ରେସନ ମାହୋଲ । ଏହାରି ଭିତରେ 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କ ମଧ୍ୟରେ ଜାତୀୟତା ଭାବ (Nationalism through Patriotic Music) ସୃଷ୍ଟି ପାଇ RPFର ନିଆରା ପ୍ରୟାସ କରିଛି । ଏହାର ଅଧିକାରୀମାନେ ବୁଲି ବୁଲି ଲୋକଙ୍କୁ ଶୁଣାଉଛନ୍ତି ଜାତୀୟ ସଙ୍ଗୀତର ଧୁନ୍‌।

ଆଜାଦି କି ଅମୃତ ମହୋତ୍ସବ, ବୁଲି ବୁଲି ସ୍ବାଧୀନତାର ଗାଥା ଗାଉଛି RPF

ଦେଶପ୍ରେମ, ସ୍ବାଧୀନତା ସଂଗ୍ରାମୀଙ୍କର ବଳିଦାନ ମନେ ପକେଇବାକୁ ପ୍ରୟାସ କରିଛି ଆରପିଏଫ । ଦେଶପ୍ରେମ ଜାଗ୍ରତ ପାଇଁ ରାଜଧାନୀର ବିଭିନ୍ନ ଐତିହ୍ୟ ସ୍ଥଳୀ (Historic site)ରେ ଆରପିଏଫ ପୋଲିସ ବ୍ୟାଣ୍ଡ୍‌ର ସଙ୍ଗୀତ ପରିବେଷଣ ହୋଇଛି । ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ସାମ୍ନାରେ ଭକ୍ତଙ୍କ ଗହଣରେ ସମେତ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ବୁଲି ଆସିଥିବା ପର୍ଯଟକଙ୍କ ଗହଣରେ ହୋଇଛି ସଙ୍ଗୀତ ପରିବେଷଣ ।

ରାଜଧାନୀ ଐତିହ୍ୟସ୍ଥଳରେ ଭୁବନେଶ୍ବର ଆରପିଏଫ
ରାଜଧାନୀ ଐତିହ୍ୟସ୍ଥଳରେ ଭୁବନେଶ୍ବର ଆରପିଏଫ

ଖଣ୍ଡଗିରି ଓ ଉଦୟଗିରି ପାହାଡର ଶିଖର ଉପରେ ପ୍ରକୃତିର ମନଲୋଭା ପରିବେଶରେ ପର୍ଯ୍ୟଟକଙ୍କୁ ଜାତୀୟ ସଙ୍ଗୀତର ଧୁନରେ ଝୁମାଇଛନ୍ତି ଭୁବନେଶ୍ବର ଆରପିଏଫ ଟିମର ପୋଲିସ ବ୍ୟାଣ୍ଡ୍‌ । ଏପରିକି ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ସଙ୍ଗୀତ ପରିବେଷଣ କରି ଐତିହ୍ୟ ପ୍ରେମୀଙ୍କର ବାଃ ବାଃ ସାଉଣ୍ଟିଛନ୍ତି ଅଧିକାରୀ । ଦେଶ ସ୍ବାଧୀନତାର ଗାଥା ଗାଇ ପ୍ରତ୍ୟେକଟି ଭାରତୀୟଙ୍କ ମନରେ ଦେଶପ୍ରେମ ଜାଗ୍ରତ ପାଇ ହୋଇଛି ଏହି ନିଆରା ପ୍ରୟାସ ।

ରାଜଧାନୀ ଐତିହ୍ୟସ୍ଥଳରେ ଭୁବନେଶ୍ବର ଆରପିଏଫ
ରାଜଧାନୀ ଐତିହ୍ୟସ୍ଥଳରେ ଭୁବନେଶ୍ବର ଆରପିଏଫ

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 14, 2022, 2:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.