ETV Bharat / city

Weather Update: 41 ଡିଗ୍ରୀ ତାପମାତ୍ରାରେ ସିଝିଲା ରାଜଧାନୀ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Apr 23, 2022, 5:34 PM IST

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜି(ଶନିବାର) ରାଜଧାନୀ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଅଧିକ ପଢନ୍ତୁ

Weather Update: ୪୦.୮ ଡିଗ୍ରୀ ତାପମାତ୍ରା ସିଝିଲା ରାଜଧାନୀ,୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏବେ ପାଲଟିଛି ତତଲାଗଡ । ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା ରହିଛି । ଦିନ ସାଢେ ୧୧ଟାରେ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ଅପରାହ୍ନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୪୧.୨ ଡିଗ୍ରୀରେ ପହଞ୍ଚିଛି । ରାଜଧାନୀରେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମ ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି ।

40 ଡିଗ୍ରୀ ତାପମାତ୍ରାରେ ସିଝିଲା ରାଜଧାନୀ

ଆଜି ରାଜଧାନୀ ଭୁବନେଶ୍ବର ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଝାରସୁଗୁଡା ଓ ଚାନ୍ଦବାଲିରେ ୩୭.୮ ଓ ବାଲେଶ୍ବରରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଶୁକ୍ରବାର ମଧ୍ୟ ରାଜଧାନୀର ତାପମାତ୍ରା ୪୦.୮ ଡିଗ୍ରୀ ରହିଛି । ସେହିପରି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ପାଖାପାଖି ରହିଥିଲା । ଏହାସହିତ ରାଜ୍ୟରେ ଅସହ୍ୟ ତାତିକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ତେବେ ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

  • ରାଜଧାନୀ ଭୁବନେଶ୍ୱର ରେ ଆଜି ଦିନ ୨.୩୦ ସୁଦ୍ଧା ୪୧.୨ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ @bmcbbsr pic.twitter.com/Vgu5L03Atk

    — Meteorological Centre, Bhubaneswar (@mcbbsr) April 23, 2022 " class="align-text-top noRightClick twitterSection" data=" ">

ଏ ନେଇ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମୟରେ ବାହାରକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଆଜି ରାଜଧାନୀ ତଳକୁ ସମ୍ବଲପୁରର ତାପମାତ୍ରା ୪୦.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୦ ଡିଗ୍ରୀ, ଝାରସୁଗୁଡାରେ ୩୯.୫ ଡିଗ୍ରୀ ରହିଛି । ତେବେ ଅନ୍ୟ କେଉଁ ସ୍ଥାନରେ ତାପମାତ୍ରା କେତେ ରହିଥିଲା ନିମ୍ନରେ ତାହା ଉପରେ ନଜର ପକାନ୍ତୁ ।

ଭୁବନେଶ୍ବର: ୪୧.୨ ଡିଗ୍ରୀ

ସମ୍ବଲପୁର: ୪୦.୨ ଡିଗ୍ରୀ

ଚାନ୍ଦବାଲି: ୪୦ ଡିଗ୍ରୀ

ଝାରସୁଗୁଡା: ୩୯.୫ ଡିଗ୍ରୀ

ହୀରାକୁଦ: ୩୮.୮ ଡିଗ୍ରୀ

କେନ୍ଦୁଝର: ୩୮.୬ ଡିଗ୍ରୀ

ବାଲେଶ୍ବର: ୩୭.୪ ଡିଗ୍ରୀ

ପୁରୀ: ୩୨.୪ ଡିଗ୍ରୀ

ପାରାଦ୍ବୀପ: ୩୨.୨ ଡିଗ୍ରୀ

ଗୋପାଳପୁର: ୨୯.୮ ଡିଗ୍ରୀ

ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୫ରୁ ୨୬ ଏପ୍ରିଲ ମଧ୍ୟରେ ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁରରେ ତାପମାତ୍ରା ବଢିବାକୁ ଥିବା ବେଳେ ଏପ୍ରିଲ ୨୭ ତାରିଖରେ ବଲାଙ୍ଗୀର, ବୌଦ୍ଧ ଓ କଳାହାଣ୍ଡି ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.