ETV Bharat / city

ଜରି ଗୋଟାଳିର ଜଘନ୍ୟ କାଣ୍ଡ, ଭାଗ ନ ଦେବାରୁ ରାଗ ସୁଝାଇ ନେଲା ଜୀବନ - ଏଟିଏମ ସାମ୍ନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ଭୁବନେଶ୍ବର ଷ୍ଟେସନରେ ଏଟିଏମ ସାମ୍ନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ଭାଗ ନ ଦେବାରୁ ରାଗ ସୁଝାଇବାକୁ ଯାଇ ଜୀବନ ନେଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

bhubaneswar railway station atm front murder case accused arrested
ଜରି ଗୋଟାଳିର ଜଘନ୍ୟ କାଣ୍ଡ,ଭାଗ ନ ଦେବାରୁ ରାଗ ସୁଝାଇ ନେଲା ଜୀବନ
author img

By

Published : Oct 12, 2021, 10:37 PM IST

ଭୁବନେଶ୍ଵର: ଷ୍ଟେସନରେ ଏଟିଏମ ସାମ୍ନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ଭାଗ ନ ଦେବାରୁ ରାଗ ସୁଝାଇବାକୁ ଯାଇ ଜୀବନ ନେଲା ଅଭିଯୁକ୍ତ ବବଲୁ । ଅମୀୟ ମାର୍ଥା ନାମକ ବ୍ୟକ୍ତିକୁ ଗତ ୨ ତାରିଖ ରାତିରେ ଏଟିଏମ ସାମ୍ନାରେ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲା। ତେବେ ଜରି ଗୋଟାଳି ବବଲୁର ଜଘନ୍ୟ କାଣ୍ଡର ପର୍ଦ୍ଦାଫାଶ କରିଛି ଜିଆରପି ପୋଲିସ । ଆଜି ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଅନୁଯାୟୀ ଜରି ଗୋଟାଳି ବବଲୁ ଜେନା ଓ ମୃତ ଅମୀୟ ମାର୍ଥା ଦୁହେଁ ଷ୍ଟେସନରେ ରାତ୍ରିଯାପନ କରନ୍ତି । ଗତ ୧ ତାରିଖରେ କିଛି ଲୁହା ଓ ଭଙ୍ଗା ଜିନିଷ ଗୋଟାଇ ଆଣି ବିକ୍ରି କରିଥିଲେ । ହେଲେ ବିକ୍ରି ଟଙ୍କା ଏକୁଟିଆ ଅମୀୟ ପାଖରେ‌ ରଖିଥିଲେ ହେଲେ ବବଲୁକୁ ଦେଇ ନଥିଲେ । ଯାହାକୁ ନେଇ ଗତ ୨ ତାରିଖ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଭୀଷଣ ବଚସା ହୋଇଥିଲା। ବବଲୁ ଅମୀୟକୁ ପ୍ରବଳ ମାଡ ମାରିଥିଲା। ପରେ ଅମୀୟ ଷ୍ଟେସନ ସାମ୍ନା ଏଟିଏମ ସାମ୍ନାରେ ଶୋଇଥିବାବେଳେ ବବଲୁ ରାତିରେ ଆସି ତାର‌ ତଣ୍ଟିକୁ ଗାମୁଛାରେ ଚିପି ମାରିଦେଇଥିଲା। ଫଳରେ ଅମୀୟର ମୃତ୍ୟୁ ହୋଇଥିଲା। ମୃତଦେହ ୩ ତାରିଖରେ ମିଳିବା ପରେ ଅମୀୟର ଦେହରେ ମାଡ ଚିହ୍ନର ଦାଗ ଥିବାରୁ ସନ୍ଦେହ ଉପୁଜିଥିଲା ।

ଏନେଇ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁ କରୁ ଜରି ଗୋଟାଳି ବବଲୁର କାରନାମା ଜଣାପଡିଥିଲା। କେବଳ ଭାଗ ଟଙ୍କା ନ ଦେବାରୁ କ୍ରୋଧରେ ଏପରି ହତ୍ୟାକାଣ୍ଡ କରିଥିବା ପୋଲିସ ଆଗରେ ମାନିଥିଲା। ଏହାପରେ ଅଭିଯୁକ୍ତ ବବଲୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଆରପି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.