ETV Bharat / city

ସାଇବର ଅପରାଧରୁ ମିଳିଲା ଟେଲିକମ ସ୍କାମ, ସ୍କାନରରେ ନାମିଦାମୀ କମ୍ପାନୀ

author img

By

Published : Jun 29, 2021, 7:47 PM IST

Updated : Jun 29, 2021, 10:00 PM IST

ସାଇବର ଅପରାଧରୁ ଟେଲିକମ ସ୍କାମର ସୁରାକ ମିଳିଥିବାବେଳେ ଏଥିରେ ସାମିଲ ଅଛନ୍ତି ବଡ ବଡ କମ୍ପାନୀ । ଅଧିକ ପଢନ୍ତୁ...

ସାଇବର ଅପରାଧରୁ ମିଳିଲା ଟେଲିକମ ସ୍କାମ, ସ୍କାନରରେ ନାମିଦାମୀ କମ୍ପାନୀ
ସାଇବର ଅପରାଧରୁ ମିଳିଲା ଟେଲିକମ ସ୍କାମ, ସ୍କାନରରେ ନାମିଦାମୀ କମ୍ପାନୀ

ଭୁବନେଶ୍ବର: ସାଇବର ଠକେଇର ଲିଙ୍କ ଖୋଜୁ ଖୋଜୁ ମିଳିଲା ବଡ ଧରଣର ଟେଲିକମ ସ୍କାମ । କିପରି କିଛି ସର୍ଭିସ ପ୍ରୋଭାଇଡର ବେଆଇନ ଭାବେ ସିମ ଆକ୍ଟିଭେଟ କରି ସାଇବର ଠକଙ୍କୁ ଯୋଗାଉଥିଲେ ସିମ । ଯାହାର ଖୋଳତାଡ଼ କରି 7 ଜଣିଆ ଗ୍ୟାଙ୍ଗକୁ ଗିରଫ କରାଯାଇଛି । ଯେଉଁଥିରେ ଅଛନ୍ତି ଭଦ୍ରକ ଓ ବାଲେଶ୍ବର, କେଉଁଝରର କିଛି ସର୍ଭିସ ପ୍ରୋଭାଇଡ଼ର ରିଟେଲର ଓ ଡିଷ୍ଟ୍ରିବ୍ୟୁଟର ସହ କିଛି ସର୍ଭିସ ପ୍ରୋଭାଇଡ଼ର କମ୍ପାନୀ ।

ଭଦ୍ରକରୁ ଗିରଫ ହୋଇଥିବା କର୍ମଚାରୀମାନେ ହେଉଛନ୍ତି ମହେଶ୍ବର ବାରିକ, ରଜନୀକାନ୍ତ ପାଣିଗ୍ରାହୀ, ଶ୍ରୀନିବାସ ଘଡ଼େଇ, ରାଜେଶ କୁମାର ସେଠୀ, କେଉଁଝରରୁ ସୁବ୍ରତ କୁମାର ପାଣିଗ୍ରାହୀ ଓ ସୁକାନ୍ତ କୁମାର ଦାସ ଏବଂ ବାଲେଶ୍ବରରୁ ମଙ୍ଗଳମୟ ମିଶ୍ର । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମକାର୍ଡ଼ ବିଭିନ୍ନ କମ୍ପାନୀର ସିମ ଆକ୍ଟିଭେସନ ପାଇ ବ୍ୟବହୃତ ହେଉଥିବା ୧୦୦ରୁ ଊର୍ଦ୍ଧ୍ବ ମୋବାଇଲ ଫୋନ ଜବତ କରାଯାଇଛି । ତେବେ ଏମାନଙ୍କ IT ଆକ୍ଟ ସହ ଠକେଇ ଆଦି ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ । ସୂଚନା ମୁତାବକ ବାଙ୍କୁଆଳର ଜଣେ ମହିଳାଠାରୁ ୨ଲକ୍ଷ ୫୮ ହଜାର ଟଙ୍କା ସାଇବର ଠକ ଠକି ନେବା ପରେ ଏନେଇ ସହିଦ ନଗର ଥାନାରେ ମାମଲା ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ସେହିଠାରୁ ଠକାମି ପାଇଁ ଆସିଥିବା କଲ ଟ୍ରାକ କରୁ କରୁ ସିମ ପଡିଥିବା IMI ନମ୍ବର ଟ୍ରାକ ହୋଇଥିଲା । ସେହି ଆଇଏମଆଇ ନମ୍ବରରେ ୭୦ରୁ ଊର୍ଦ୍ଧ୍ବ ନମ୍ବର ବ୍ୟବହାର ହୋଇଥିବା ସାଇବର ହେଲପ ଡେସ୍କ ଜାଣିବାକୁ ପାଇଥିଲା । ତେବେ ସେହି ୭୦ ନମ୍ବରରୁ ଏକାଧିକ ନମ୍ବର ଓଡିଶାର ସିମ ଥିବା ଜଣାପଡିଥିଲା । ସେହିଠାରୁ ସେସବୁ ଓଡିଶା ନମ୍ବର କେଉଁଠୁ ଆକ୍ଟିଭେସନ ହୋଇଛି କାହା ନାଁରେ ରହିଛି ଏ ସମ୍ପର୍କରେ ତଦନ୍ତ ସମୟରେ ଭଦ୍ରକ ଏକ ରିଟେଲର ପଏଣ୍ଟର ସୂଚନା ମିଳିଥିଲା । ପରେ ସେଠାରୁ ଏହି ରିଟେଲରର ଡିଷ୍ଟ୍ରିବ୍ୟୁଟରଙ୍କ ସୁରାକ ମିଳିବା ସହ କିଛି ନିର୍ଦ୍ଦିଷ୍ଟ ଟେଲିକମ କମ୍ପାନୀର କର୍ମଚାରୀ ସମ୍ପୃକ୍ତ ରହି ସେମାନଙ୍କ ସେଲସ ଟାର୍ଗେଟକୁ ପୂରଣ କରିବା ପାଇଁ ଏପରି ସିମ ଆକ୍ଟିଭେସନ କରୁଥିଲେ । ଏପରିକି ସାଧାରଣ ଲୋକେ ଯେଉଁଠି ଡକ୍ୟୁମେଣ୍ଟ ଦେଉଥିଲେ ସେଠାରୁ ଡକ୍ୟୁମେଣ୍ଟ ଆୟ ସଂଗ୍ରହ କରୁଥିଲେ।

ପରେ ଆଉ କାହାର ଫଟୋ ଲଗାଇ ଡକ୍ୟୁମେଣ୍ଟ ଫେକ କରି ଏପରି ବେନାମି ସିମ ଆକ୍ଟିଭ କରି ଏପରି ବଡ଼ଧରଣର ଟେଲିକମ ସ୍କାମ କରୁଥିଲେ। ଯିଏକି ଟେଲିକମ ରେଗୁଲାରିଟି ଅଥରିଟି ଅଫ ଇଣ୍ଡିଆର ନିୟମକୁ ଉଲଙ୍ଘନ କରି ଏଭଳି ସିମ ଆକ୍ଟିଭେଟ କରୁଥିଲେ । ସେହି ସିମକାର୍ଡ଼କୁ ଅନେକ ସାଇବର ଠକଙ୍କୁ କୋରିୟର କରାଯାଉଥିବା ପୋଲିସ କମିଶନର କହିଛନ୍ତି । ତେଵେ ଏସବୁ ସିମ ପଞ୍ଜାବ, ହରିୟାଣା, ୟୁପି, ଦିଲ୍ଲୀ, ପାକିସ୍ତାନ ଓ ଭାରତର ବର୍ଡ଼ରରେ ଥିବା ଜାଲିଆନାଓ୍ବାଲାବାଗ ଭଳି ଅଞ୍ଚଳକୁ ପଠାଯାଉଥିଲା । ସେଠାରୁ ସାଇବର ଠକ ଅନେକ ଉପାୟରେ ଓଡ଼ିଶାର ଲୋକଙ୍କୁ ଫୋନ କରି ଓଡ଼ିଶାର ନମ୍ବର କହି ବିଶ୍ବାସ ଜନ୍ମାଇ ଏପରି ଠକେଇର ଜାଲ ବିଛାଉଥିଲେ ।

ଏହିପରି ଢ଼ଙ୍ଗରେ ବଡ଼ ଧରଣର ଟେଲିକମ ସ୍କାମର ପର୍ଦ୍ଦାଫାଶ କରିଛି ପୋଲିସ । ଏହାଦ୍ବାରା ଏବେ ସାଇବର ଠକଙ୍କ ଏକ ବଳ କମିବ ବୋଲି କହିଛନ୍ତି ପୋଲିସ କମିଶନର । ଟେଲିକମ ସ୍କାମ ଜରିଆରେ ଏଭଳି ବଡ ଧରଣର ସାଇବର ଅପରାଧ ହେଉଛି । ଏହା ପଛରେ ଟେଲିକମ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଅବଗତ ଅଛନ୍ତି । ଏଭଳି ସାଇବର ଅପରାଧକୁ ରୋକିବା ପାଇଁ ପୋଲିସ ବଡ଼ ବଡ଼ ଟେଲିକମ କମ୍ପାନୀର ଅଫିସିଆଲ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନେବ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

Last Updated : Jun 29, 2021, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.