ETV Bharat / city

ଭୁବନେଶ୍ଵର DCPଙ୍କ ନୀରବ ଅପରେସନ: ୩୬ ଘଣ୍ଟାରେ‌ ୩୬ ମୋବାଇଲ ଜବତ, ୯ ଅଭିଯୁକ୍ତ ଗିରଫ

author img

By

Published : May 15, 2022, 3:55 PM IST

Updated : May 15, 2022, 4:40 PM IST

ଭୁବନେଶ୍ବର ଡିସିପିଙ୍କ ନୀରବ ଅପରେସନ ହୋଇଛି ସଫଳ । ଗତ ୩୬ ଘଣ୍ଟାରେ ରାଜଧାନୀରୁ ୩୬ ମୋବାଇଲ ଜବତ ସହ ୯ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ଵର DCPଙ୍କ ନୀରବ ଅପରେସନ, ୩୬ ଘଣ୍ଟାରେ‌ ୩୬ ମୋବାଇଲ ୯ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀର ଛକରେ ଗଳିରେ ମୋବାଇଲ ଝାମ୍ପି କଲବଲ କରୁଥିଲେ ଅପରାଧୀ । ରାସ୍ତାରେ ଯିବା ଆସିବା ହେଉ ବା ମାର୍କେଟରେ ସପିଂ ବେଳେ ଝାମ୍ପୁଥିଲେ ମୋବାଇଲ । ରାଜଧାନୀର ବିଭିନ୍ନ‌ ଥାନା ଅଞ୍ଚଳରେ ସ୍ନାଚିଂ କରି ଫେରାର ହେଉଥିବା ଅପରାଧୀଙ୍କୁ ଧରିବାକୁ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସାଇଲେଣ୍ଟ ଅପରେସନ ଚଳାଇଛନ୍ତି । ୩୬ଘଣ୍ଟାରେ ଅପରାଧୀଙ୍କୁ ଟ୍ରାକ କରି ୫ ଥାନା ଅଞ୍ଚଳରୁ ୯ କ୍ରିମିନାଲଙ୍କୁ ଧରିଛି କମିଶନରେଟ୍ ପୋଲିସ ।

ଭୁବନେଶ୍ଵର DCPଙ୍କ ନୀରବ ଅପରେସନ: ୩୬ ଘଣ୍ଟାରେ‌ ୩୬ ମୋବାଇଲ ଜବତ, ୯ ଅଭିଯୁକ୍ତ ଗିରଫ

ଏଥିସହ ଦୁଇଟି ବାଇକ ମଧ୍ୟ ଜବତ କରିଛି ପୋଲିସ । ବିଶେଷ କରି ଏମାନେ ସହରର ବିଭିନ୍ନ ଛକ ଓ ଗଳି ଏବଂ ସପିଂ ମଲ ସାଇଡରେ ଛକି ରହୁଥିଲେ । ପରେ ସୁବିଧା ଦେଖି ମୋବାଇଲ ଝାମ୍ପି ଫେରାର ହେଉଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରଶେଖରପୁର ଥାନାରୁ ଜଣେ, ଭରତପୁରରୁ ଜଣେ, ସହିଦନଗର ଥାନା ଅଞ୍ଚଳରୁ ୨ଜଣ, ଖାରବେଳ ନଗର ଥାନା ଅଞ୍ଚଳରୁ ୨ ଜଣ ସହ ଖଣ୍ଡଗିରି ଅଞ୍ଚଳରୁ ଦୁଇ ଜଣ ।

ତେବେ ଖଣ୍ଡଗିରିରୁ ଧରାପଡିଥିବା ଦୁଇ ଅପରାଧୀ ପ୍ରଥମେ ଇନଫୋସିଟି ଥାନା ଅଞ୍ଚଳରୁ ଗୋଟିଏ ମୋବାଇଲ ଝାମ୍ପିଲେ ପରେ ଚନ୍ଦ୍ରଶେଖରପୁର ଗୋଟିଏ ପରେ ନୟାପଲ୍ଲୀ ଥାନା ଅଞ୍ଚଳରୁ ୨ଟି ଓ ଖଣ୍ଡଗିରି ଅଞ୍ଚଳରୁ ଗୋଟିଏ ମୋବାଇଲ ଝାମ୍ପିବା ବେଳେ ଖବର ପାଇଥିଲା ଖଣ୍ଡଗିରି ଥାନା ପୋଲିସ । ଥାନାର‌ ସ୍ପେଶାଲ ପିଓପିଡି ଟିମ ପିଛା କରି ଅଭିଯୋଗକାରିଣୀଙ୍କ କହିବା ମୁତାବକ ନାଲି ରଙ୍ଗର ସାର୍ଟ ପିନ୍ଧିଥିବା ପଲସରରେ ଯାଉଥିବା ଯୁବକକୁ ପିଛା କରିଥିଲେ । ଶେଷରେ ତମାଣ୍ଡୋ ପାଖରୁ ୨ ଜଣଙ୍କୁ କାବୁ କରିବା ପରେ ତାଙ୍କଠୁ ୧୫ ମୋବାଇଲ ଜବତ ହୋଇଥିଲା ।

ଏଭଳି ଭାବେ ‌ଧରାପଡିଥିବା ୯ ଅପରାଧୀ ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଝାମ୍ପି ସହରବାସୀଙ୍କୁ କଲବଲ କରୁଥିଲେ । ଯାହାର ସୂଚନା ଆଧାରରେ ନୀରବ ଅପରେସନ କରିଥିଲେ ନୂତନ ଡିସିପି ପ୍ରତୀକ ସିଂ । ଏନେଇ ଥାନାର ପିଓପିଡି ଟିମକୁ ଆଲର୍ଟ କରିବା ସହ ଏନେଇ ଆକ୍ସନ ଅନ ସ୍ପଟ ନେବାକୁ ଅନୁମତି ଦେଇଥିଲେ ଯାହାର ଆଧାରରେ ୩୬ ମୋବାଇଲ ଧରାପଡିବା ସହ ୯ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : May 15, 2022, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.