ETV Bharat / city

ଆଜି ରଙ୍ଗରେ ଭିଜିବ ସାରା ଓଡ଼ିଶା, 2 ବର୍ଷ ପରେ ମିଳିଲା ସୁଯୋଗ - ହୋଲିକୁ ନେଇ ଭୁବନେଶ୍ବର ବାସିନ୍ଦା ଉତ୍ସାହିତ

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଛି ଗାଁଠୁ ସହର । ହେଲେ ଆଜି ରଙ୍ଗର ପର୍ବ ହୋଲି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଅଧିକ ପଢ଼ନ୍ତୁ

ରଙ୍ଗର ପର୍ବ ହୋଲି, କାଲି ରଙ୍ଗରେ ଭିଜିବ ସାରା ଓଡ଼ିଶା

author img

By

Published : Mar 19, 2022, 6:24 AM IST

Updated : Mar 19, 2022, 9:13 AM IST

ଭୁବନେଶ୍ବର: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଛି ଗାଁଠୁ ସହର । ହେଲେ ଆଜି ରଙ୍ଗର ପର୍ବ ହୋଲି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରାଗରୋଷ ଭୁଲି ଖୁସି, ସ୍ନେହ ଓ ଶ୍ରଦ୍ଧାର ପର୍ବ ହୋଲି ସମସ୍ତେ ପାଳନ କରିବେ । କୋଭିଡ ସଂକ୍ରମଣ ଯୋଗୁଁ ଦୁଇବର୍ଷ ହେବ ହୋଲି ପାଳନ କରାଯାଇନାହିଁ।

ରଙ୍ଗର ପର୍ବ ହୋଲି, କାଲି ରଙ୍ଗରେ ଭିଜିବ ସାରା ଓଡ଼ିଶା

ଚଳିତ ବର୍ଷ ବାହାରେ ନ ହେଲେବି ଘରେ ବିନା କଟକଣା ସହ ହୋଲି ପାଳନ କରିବେ ଲୋକେ। ଏହାକୁ ନେଇ ରାଜଧାନୀବାସୀ ଉଲ୍ଲସିତ ହୋଇ ରହିଛନ୍ତି । ଆଉ ଦୁଇ ବର୍ଷ ପରେ ବ୍ୟବସାୟ କରି ବ୍ୟବସାୟୀ ବି ଖୁସିଥିବା ବେଳେ ଏଥର ବେପାର ଭଲ ହୋଇଛି ବୋଲି କହିଛନ୍ତି । ପ୍ରାକୃତିକ ରଙ୍ଗ ଖେଳକୁ ଅନୁମତି ମିଳିଥିବା ବେଳେ ଛୋଟ ପିଲାଙ୍କ ପାଇଁ ପିଚକାରୀ ଓ ମାକ୍ସ ରହିଛି । ସେପଟେ ରାସାୟନ ବିହୀନ ହୋଲି ଖେଳିବାକୁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ସେପଟେ ଗତକାଲି (ଶୁକ୍ରବାର) ଦୋଳ ମେଲଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା । ପ୍ରଭୁ ରାଧାକୃଷ୍ଣ ବିମାନରେ ବିଜେ ହୋଇ ରାଜଧାନୀ ବିରାଡି କଲୋନୀରେ ଘରକୁ ଘର ବୁଲୁଛନ୍ତି । ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିଛନ୍ତି ଦୋଳ ଗୋବିନ୍ଦ । ଦୋଳ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ବାଡ଼ିଖେଳ ମଧ୍ୟ ଖେଳା ଯାଇଛି ।

ସେହିପରି କେତେକ ସ୍ଥାନରେ ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ବିମାନରେ ସୁସଜ୍ଜିତ ହୋଇ ବୁଲୁଛନ୍ତି । ସେପଟେ ରାତିପାହିଲେ ଅବିର ବା ରଙ୍ଗର ପର୍ବ ହୋଲି । ଏଥିପାଇଁ ଅବିର ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥିଲା ।

ଭୁବେନଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 19, 2022, 9:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.