ETV Bharat / city

ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଦେବ ଏନଏସଏସ

ସମାଜସେବା ସହିତ ଗ୍ରାମାଂଚଳରେ ଅନଲାଇନ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସନାଲ ସର୍ଭିସ ସ୍କିମ (ଏନ୍‌ଏସ୍‌ଏସ୍‌) ନିଜକୁ ସାମିଲ କରିବା ଉଚିତ । ଏହା କହିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଅଧିକ ପଢନ୍ତୁ

author img

By

Published : Sep 20, 2022, 1:24 PM IST

ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଦେବ ଏନଏସଏସ
ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଦେବ ଏନଏସଏସ

ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ରୋକିବାକୁ ସ୍ବେଚ୍ଛାସେବୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବ ଏନ୍‌ଏସ୍‌ଏସ୍ । ସମାଜସେବା ସହିତ ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା କ୍ଷେତ୍ରରେ ନ୍ୟାସନାଲ ସର୍ଭିସ ସ୍କିମ (ଏନ୍‌ଏସ୍‌ଏସ୍‌) ନିଜକୁ ସାମିଲ କରିବା ଉଚିତ । ଏନେଇ କହିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ।

ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ସଂଯୋଜକ ଏବଂ ଜିଲ୍ଲା ପ୍ରୋଗ୍ରାମ୍ ଅଫିସରମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ସ୍ବେଚ୍ଛା ସେବୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହଯୋଗ କରିବା ନେଇ ସେ ଏହି ମତ ଦେଇଛନ୍ତି । ଏଥିସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏନ୍‌ଏସ୍‌ଏସ୍ ର ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କର ରାଜ୍ୟସ୍ତରୀୟ ବୈଠକ ଅବସରରେ ଯୋଗ ଦେଇ ସେ ଏହା କହିଛନ୍ତି ।

ଏହା ଛଡା ଓଡ଼ିଶା ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ସମ୍ମୁଖୀନ ହେଉଛି । ଏନ୍‌ଏସ୍‌ଏସ୍ ସ୍ବେଚ୍ଛାସେବୀମାନେ ଲୋକଙ୍କ ଜୀବନ ଓ ସମ୍ପତିକୁ ସୁରକ୍ଷା କରିବା ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହଯୋଗ କରିବା ଉଚିତ୍ ବୋଲି ବିଷ୍ଣୁପଦ କହିଛନ୍ତି । ଏହି ଅବସରରେ ଏନ୍‌ଏସ୍‌ଏସର ସର୍ବଭାରତୀୟ ନିର୍ଦ୍ଦେଶକ ପଙ୍କଜ କୁମାର ସିଂହ କହିଛନ୍ତି ଯେ, "ଅନୁଷ୍ଠାନର ଲକ୍ଷ୍ୟ ହେଉଛି 'ମୁଁ ନୁହେଁ ମାତ୍ର ଆପଣ' । ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ସମାଜର ସେବା ବଦଳରେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦିଆଯାଉଛି, ସେତେବେଳେ ଏନ୍‌ଏସ୍‌ଏସର ବିଶେଷ ଭୂମିକା ରହିଛି ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ । ଏନଏସଏସର ସ୍ଥାପନା ସମୟରେ ଜଣେ ଭଲ୍ୟୁଣ୍ଟିଅର ଭାବେ ନିଜର ଅନୁଭୂତି ସେ କହିଛନ୍ତି । ସୋଆର ଏନଏସଏସର ପ୍ରୋଗ୍ରାମ କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ଏହି ଅବସରରେ ଜାତୀୟ ସ୍ତରୀୟ ଏନଏସଏସ ଆୱାର୍ଡ ପାଇବା ନିମନ୍ତେ ମନୋନୀତ ହୋଇଥିବା ପ୍ରତୀକ ଦାସ ସମେତ ଜଣ ସ୍ବେଚ୍ଛାସେବୀ ଓ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଏନଏସଏସର କୋର୍ଡିନେଟର ଏବଂ ପ୍ରୋଗ୍ରାମ ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.