ETV Bharat / city

Panchayat Polls Result: ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି କହିଲେ ବିଧାୟକ ସୁଶାନ୍ତ

author img

By

Published : Feb 27, 2022, 5:40 PM IST

ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ବିତୀୟ ଦିନ। ବିଭିନ୍ନ ସ୍ଥାନରେ ବିଜେଡିର ଫଳାଫଳ ଅନ୍ୟ ଦଳ ଅପେକ୍ଷା ଆଗରେ ରହିଛି । ପଞ୍ଚାୟତ ନିର୍ବାଚନରେ ଫଳାଫଳକୁ ନେଇ ବିଜେଡି ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

Panchayat Election Result : ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି କହିଲେ ବିଧାୟକ ସୁଶାନ୍ତ

ଭୁବନେଶ୍ବର: ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ବିତୀୟ ଦିନ । ବିଭିନ୍ନ ସ୍ଥାନରେ ବିଜେଡିର ଫଳାଫଳ ଅନ୍ୟ ଦଳ ଅପେକ୍ଷା ଆଗରେ ରହିଛି । ଏକାଧିକ ସ୍ଥାନରେ ଦଳ କ୍ଲିନ ସୁଇପ ମଧ୍ୟ କରି ସାରିଛି । ପଞ୍ଚାୟତ ନିର୍ବାଚନରେ ଫଳାଫଳକୁ ନେଇ ବିଜେଡି ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସବୁ ଉନ୍ନୟନମୂଳକ ଯୋଜନା ଅଛି ତାହା ଆଜି ଓଡିଶାବାସୀଙ୍କ ପାଖରେ ପହଞ୍ଚିଛି । ଲୋକମାନେ ଆଜି ପ୍ରମାଣିତ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି ।

ଏହାକୁ ଆଧାର କରି ଭାଷଣ ବାଜିରେ ନୁହଁ କାମରେ କରି ଦେଖାଇଛନ୍ତି । କେନ୍ଦ୍ର ସରକାର ଯାହା ସବୁ କହିଥିଲେ ରାଜ୍ଯରେ କିଛି ହୋଇନାହିଁ । କିନ୍ତୁ ଆମେ ଯାହା କହିଥିଲୁ ତାହା କାମରେ କରି ଦେଖାଇଛୁ । ସାରା ଓଡ଼ିଶାରେ ଲୋକମାନେ ବୁଝିପାରିଛନ୍ତି ଯାହାକି ଭୋଟ ମାଧ୍ୟମରେ କରି ଦେଖାଇଛନ୍ତି। ଏହା ମଧ୍ୟ ପୌରନିର୍ବାଚନରେ ପ୍ରଭାବ ପଡିବ । ପୌର ନିର୍ବାଚନରେ ଲୋକମାନେ ଜାଣିଛନ୍ତି କାହାକୁ ଭୋଟ ଦେବେ।

ଏହାବି ପଢନ୍ତୁ : Panchayat Result: ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟର ପ୍ରତିଫଳନ କହିଲେ ଭଗବାନ ମାଝୀ

ପୌର ନିର୍ବାଚନ ପାଇଁ ବିଜେଡି ପୁରା ପ୍ରସ୍ତୁତ । ପ୍ରାର୍ଥୀତ୍ୱର ମାପକାଠି ରହିବ ଯେଉଁ ଲୋକ ଜନସାଧାରଣ ପାଖରେ ଅଛି ତାକୁ ପ୍ରାଥମିକତା ଦିଆଯିବ। ବିଜେଡିର କେହି ବିଦ୍ରୋହୀ ନାହାନ୍ତି । ସମସ୍ତେ ଶୃଙ୍ଖଳିତ କର୍ମୀ । ସେଥିପାଇଁ ଆଜି ଓଡିଶାରେ ଫଳାଫଳ ଦେଖିବାକୁ ମିଳିଛି । ପୌର ନିର୍ବାଚନରେ ଟିକେଟ କାହାକୁ ଦେବେ ତାହା ଦଳର ମୁଖ୍ୟ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.