ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ସାଂସଦଙ୍କ ଚିଠି । ବିଜେଡି ବିଧାୟକ, ମନ୍ତ୍ରୀ ଓ ରାଜ୍ୟ କାର୍ଯ୍ୟାଳୟରେ ନିୟମ ଉଲ୍ଲଙ୍ଘନର ଫଟୋ ଓ ଭିଡିଓ ବାବଦରେ ଚିଠିରେ ଉଲ୍ଲେଖ କରିଛନ୍ତି । କିଭଳି ଖୁଲାମ ଖୋଲା ନିୟମ ଉଲ୍ଲଙ୍ଘନ ହୋଇଛି ତାର ଜ୍ବଳନ୍ତ ପ୍ରମାଣ ଦେଇଛନ୍ତି।
ଏହାସହିତ ସେ କହିଛନ୍ତି, ପ୍ରଶାସନର କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ ପକ୍ଷପାତିତା ହେଉଛି । ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ସେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ