ETV Bharat / city

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣି ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ସମନ - ଭୁବନେଶ୍ବର ଖବର

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା । ଆସନ୍ତା 5 ତାରିଖରେ ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଦିଆଗଲା ନୋଟିସ । ଅଧିକ ପଢନ୍ତୁ...

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣି ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ସମନ

author img

By

Published : Oct 1, 2020, 5:21 PM IST

ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା । ଆସନ୍ତା 5 ତାରିଖରେ ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ଦିଆଗଲା ନୋଟିସ । ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ହୋଇଥିଲା ନୋଟିସ । ହେଲେ ବିନା ପିଟିସନ ଓ ବିନା ଆପ୍ଲିକେସନରେ ହାଜର ହୋଇଥିଲେ ଏମଡିଙ୍କ ଲୋକସମ୍ପର୍କ ଅଧିକାରୀ । ଏନେଇ ମହିଳା କମିଶନ ପୁନର୍ବାର ଆସନ୍ତା 5 ତାରିଖକୁ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି ।

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣି ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ସମନ

ପ୍ରକାଶ ଥାଉ କି, ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡି ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ରହିଥିଲା । କିନ୍ତୁ ଏମଡି ନିଜେ ହାଜର ନହୋଇ ଗଣମାଧ୍ୟମ ସଂସ୍ଥାର ଲୋକ ସମ୍ପର୍କ ଅଧିକାରୀଙ୍କୁ ହାଜର କରିଥିଲେ । ତେବେ ଏନେଇ କୌଣସି ଲିଖିତ ଆକାରରେ ଲୋକ ସମ୍ପର୍କ ଅଧିକାରୀ ହାଜର ହେବେ ବୋଲି କୌଣସି ଚିଠି ନଥିଲା । ଏପିରିକି ଖୋଦ୍ ଏମଡି ମଧ୍ୟ ମହିଳା କମିଶନଙ୍କ ନିକଟରେ ହାଜର ନହେବା ନେଇ କୌଣସି ଚିଠି ଲେଖିନଥିଲେ । ଏନେଇ ଗାଇଡ଼ଲାଇନ ଅନୁସାରେ ସମସ୍ତ ପ୍ରକାରର ଆଇନ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ।

ତେବେ ଲୋକସମ୍ପର୍କ ଅଧିକାରୀ 2 ଘଣ୍ଟା ସମୟ ମହିଳା କମିଶନଙ୍କୁ ଦେବା ସହ ଆସନ୍ତା 5 ତାରିଖରେ ଶୁଣାଣି କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଗଣଦୁଷ୍କର୍ମ ମାମଲାରେ ଅନ୍ୟ ପୋଲିସ କର୍ମଚାରୀ ରହିଥିବାବେଳେ ସେମାନଙ୍କ ହାଜର ହେବାକୁ ନୋଟିସ ଦିଆଯିବ କି ନାହିଁ ସେନେଇ ମଧ୍ୟ କିଛି ମୁହଁ ଖୋଲିନଥିଲେ ମହିଳା କମିଶନ ମିନତୀ ବେହେରା । ଏପଟେ ପୀଡିତାଙ୍କ ଓକିଲ କହିଛନ୍ତି ଯେ ବାରମ୍ବାର ମହିଳା କମିଶନ ନୋଟିସ କଲା ପରେ ବି ଓଆର ଉପସ୍ଥିତ ରହୁନାହାଁନ୍ତି । ଅନ୍ୟ କର୍ମଚାରୀଙ୍କୁ ପଠେଇ ଦେଉଛନ୍ତି, ଯାହା କି କୌଣସି ବିନା ଲିଖିତ ଆକାରରେ ଏଭଳି କାର୍ଯ୍ୟ କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.