ଭୁବନେଶ୍ବର: ପୁଣି ବହୁଦିନ ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କଲା ଭୁବନେଶ୍ବର ମହାନଗର ନିଗମ । ଆଜି(ବୁଧବାର) ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ଥିବା ତାରିଣୀ ମନ୍ଦିରକୁ ଭାଙ୍ଗିଛି ବିଏମସି ଓ ବିଡିଏ ଏନଫୋର୍ସମେଣ୍ଟ ଟିମ । କିଛିଦିନ ତଳେ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ ମନ୍ଦିରକୁ ଭାଙ୍ଗିବା ସମୟରେ ଶ୍ରଦ୍ଧାଳୁଙ୍କ ବିରୋଧ ପରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲା ।
ତେବେ ଆଜି ପୁଣି ଏହାକୁ ଭାଙ୍ଗିଛି ବିଡିଏ ଓ ବିଏମସି । ପଣା ସଂକ୍ରାନ୍ତି ସରିବା ପରେ ଏହି ମନ୍ଦିରକୁ ଭାଙ୍ଗିଛନ୍ତି । ଭାଙ୍ଗିବା ସମୟରେ ସେଠାରେ ଏହାକୁ ନେଇ ପେଟ ପୋଷୁଥିବା ବ୍ୟକ୍ତିଙ୍କ ସହ ବ୍ରାହ୍ମଣ ଓ ଶ୍ରଦ୍ଧାଳୁମାନେ ଏହାକୁ ବିରୋଧ କରିଥିଲେ । ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣକୁ ନେଇ ବେଆଇନ କୋଠାବାଡି ଓ ମନ୍ଦିରର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ