ETV Bharat / city

ମାର୍କେଟ ବିଲ୍ଡିଂ ଉଠା ଦୋକାନୀ ବ୍ୟବସାୟୀଙ୍କ ଆତ୍ମହତ୍ୟା

author img

By

Published : Jan 9, 2022, 5:04 PM IST

ମାର୍କେଟ ବିଲ୍ଡିଂ ଉଠାଦୋକାନୀ ବ୍ୟବସାୟୀଙ୍କ ଆତ୍ମହତ୍ୟା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ମାର୍କେଟ ବିଲ୍ଡିଂ ଉଠା ଦୋକାନୀ ବ୍ୟବସାୟୀଙ୍କ ଆତ୍ମହତ୍ୟା
ମାର୍କେଟ ବିଲ୍ଡିଂ ଉଠା ଦୋକାନୀ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ମାର୍କେଟ ବିଲ୍ଡିଂ ଉଠାଦୋକାନୀ ବ୍ୟବସାୟୀଙ୍କ ଆତ୍ମହତ୍ୟା । ମୃତକ ହେଉଛନ୍ତି ଅଜିତ ସାହାଣୀ । ସେ ବେକରେ ଫାଶି ଲଗାଇ ଆଜି (ରବିବାର) ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାର୍କେଟ ବିଲ୍ଡିଂରୁ ଦୋକାନ ଉଠିଯିବା ପରେ ସେ ମାନସିକ ଚାପରେ ରହିଥିଲେ ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ଅଜିତ ଦୀର୍ଘ 20 ବର୍ଷ ଧରି ମାର୍କେଟ ବିଲ୍ଡିଂ ବୟନିକା ସାମ୍ନାରେ ବେଡ଼ସିଟ ଦୋକାନ ଦେଇଥିଲେ। ସେଥିରେ ସେ ନିଜ ପରିବାର ଚଳାଉଥିଲେ । ତେବେ, ମୃତକଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ଏହାସହ ସେ ବିଭିନ୍ନ ସଂସ୍ଥା ଓ ବ୍ୟାଙ୍କରୁ ତିନିରୁ ୪ ଲକ୍ଷ ଟଙ୍କାର ଲୋନ ମଧ୍ୟ ଆଣିଥିଲେ ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ମାର୍କେଟ ବିଲ୍ଡିଂକୁ କିଛି ଦିନ ପାଇଁ ବନ୍ଦ କରାଯାଇଥିଲା । ଏହି ବିବାଦର ସମାଧାନକୁ ନେଇ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ହେଲେ ଏଥିରେ କୈଣସି ନିଷ୍ପତ୍ତି ବାହାରିପାରି ନଥିଲା । ବିଏମସିର ଲିଖିତ ପ୍ରତିଶୃତି ମିଳିବା ପରେ ବନ୍ଦ ଥିବା ମାର୍କେଟ ବିଲ୍ଡିଂ ଶୁକ୍ରବାର ଠାରୁ ଖୋଲିଛି । କିନ୍ତୁ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.