ETV Bharat / city

ବାତ୍ୟା ଅସାନୀ ନେଇ ପୂର୍ବତଟ ରେଳପଥ ପ୍ରସ୍ତୁତ - ବାତ୍ୟା ଅସାନୀ

ପୂର୍ବତଟ ରେଳପଥ ବାତ୍ୟା ଅସାନୀରେ ପ୍ରବଳ ବର୍ଷା ପ୍ରତି ସତର୍କ ରହିବା ସହ ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ କରିଛି। ରେଲୱେ ପୋଲ, ଟ୍ରାକ, ୟାର୍ଡ ଓ ସିଗନାଲିଂ ପଦ୍ଧତି ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ରେଳ କର୍ମଚାରୀଙ୍କ ଦ୍ୱାରା ରେଳ ଟ୍ରାକ ରକ୍ଷଣାବେକ୍ଷଣର ପ୍ରହରା ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

ବାତ୍ୟା ‘ଅଶାନୀ’ ନେଇ ପୂର୍ବତଟ ରେଳପଥ ପ୍ରସ୍ତୁତ

author img

By

Published : May 9, 2022, 8:30 PM IST

ଭୁବନେଶ୍ବର : ପୂର୍ବତଟ ରେଳପଥ ବାତ୍ୟା ଅସାନୀର ପ୍ରଭାବ ଦ୍ୱାରା କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଛି । ସାଇକ୍ଲୋନ୍ କିମ୍ବା ପ୍ରବଳ ବର୍ଷା ଦ୍ୱାରା ରେଳ ଟ୍ରାକ ପ୍ରଭାବିତ ଆଶଙ୍କାକୁ ନଜର ଦେଇ ପୂର୍ବତଟ ରେଳପଥର ମୁଖ୍ୟାଳୟ ରେଳ ସଦନରେ ରେଳ ମଣ୍ଡଳ ଯଥା ବିଶାଖାପାଟଣା, ଖୋର୍ଦ୍ଧା ରୋଡ ଏବଂ ସମ୍ବଲପୁର ମୁଖ୍ୟାଳୟରେ ୨୪ ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି ।

ପୂର୍ବତଟ ରେଳପଥ ମଧ୍ୟ ଆପଦକାଳୀନ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରିଛି । ଟ୍ରାକର ଶୀଘ୍ର ପୁନରୁଦ୍ଧାର, ସାଙ୍କେତିକ ପ୍ରଣାଳୀ ଏବଂ ବିଦ୍ୟୁତିକରଣ ଇତ୍ୟାଦି ପାଇଁ ସ୍ୱତନ୍ତ୍ର ଦଳର ନିୟୋଜନ କରାଯାଇ ପଦକ୍ଷେପ ନେଇଛି । ଯଦି ବିଦ୍ୟୁତ ସରବରାହ ବ୍ୟାଘାତ ଘଟେ ତେବେ ଟ୍ରେନ ଚଳାଚଳ ପାଇଁ ଡିଜେଲ ଇଞ୍ଜିନ ଗୁଡିକୁ ବିଭିନ୍ନ ସ୍ଥାନରେ ରଖାଯାଇଛି । ଶାଖା ଲାଇନ୍ ସମେତ ହାଓ୍ବାଡ଼ା-ଚେନ୍ନାଇ ମେନ୍ ଲାଇନର ସମସ୍ତ ଷ୍ଟେସନରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଏନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ , ଟ୍ରେନ ଚଳାଚଳକୁ ସୁରକ୍ଷିତ କରିବା ଲାଗି ଏବଂ କୌଣସି ଜରୁରୀ କାଳୀନ ପରିସ୍ଥିତି ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜରୁରୀକାଳୀନ ବିଜୁଳି ଯୋଗାଣକୁ ପ୍ରସ୍ତୁତ ରଖିବା ପ୍ରତି ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ସ୍ତରରେ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରାଯାଉଛି । କେନାଲ ଏବଂ ଡେଞ୍ଜର ସ୍ତର (DL) କ୍ଷେତ୍ରରେ ପୂର୍ଣ୍ଣ ଯୋଗାଣ ସ୍ତର (FSL) ଅବ୍ୟୁଟମେଣ୍ଟ ନିକଟରେ ଥିବା ପ୍ରତ୍ୟେକ ପାଇପ ଉପରେ ଉଜ୍ଜ୍ୱଳ ଲାଲ୍ ବ୍ୟାଣ୍ଡରେ ରଙ୍ଗ ଦିଆଯାଇଛି ।

ଯାହା ଦ୍ୱାରା ପାଟ୍ରୋଲମ୍ୟାନ୍, ଷ୍ଟେସନାରୀ ୱାଚମ୍ୟାନ୍ ଏବଂ ଡ୍ରାଇଭରମାନେ ସ୍ପଷ୍ଟ ଭାବରେ ରେଳ ମାର୍ଗକୁ ଦେଖି ପାରିବେ। ଟ୍ରାକରେ ଜଳ ସ୍ଥଗିତ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ଷ୍ଟେସନ ୟାର୍ଡରେ, କ୍ରସ୍ ଡ୍ରେନ୍ ଏବଂ ଦ୍ରାଘିମା ଡ୍ରେନ୍ ଗୁଡିକ ସଫା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.