ETV Bharat / city

ସ୍ବିଗିରେ ଚାକିରୀ କରୁନାହାନ୍ତି ପତିତପାବନ, ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି - ସ୍ବିଗି ବୟ ଅପହରଣ ଖବର

ଯୁବତୀଙ୍କୁ ପ୍ରେମଜାଲରେ ଫସାଇବାକୁ ସ୍ବିଗିରେ କାମ କରୁଥିବା କଥା କହୁଥିଲେ ଯୁବକ । ଏନେଇ ଖୁଲାସା କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । ଅଧିକ ପଢ଼ନ୍ତୁ...

ସ୍ବିଗିରେ ଚାକିରୀ କରୁନାହାନ୍ତି ପତିତପାବନ, ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି

author img

By

Published : Sep 16, 2021, 10:06 PM IST

Updated : Sep 17, 2021, 6:52 AM IST

ଭୁବନେଶ୍ବର: ସ୍ବିଗି ବଏ ଅପହରଣ ହାଇଡ୍ରାମାର ଅନ୍ତ ଘଟିଛି । ନିଜ ପତ୍ନୀଙ୍କ ସାଙ୍ଗ ସହ ଫେରାର ହୋଇ ରଚିଥିଲା ଅପହରଣ ନାଟକ । ସ୍ବିଗି ବଏ ନାମରେ ଚର୍ଚ୍ଚାରେ ରହିଥିବା ଏହି ଯୁବକ ଜଣକ ଅସଲରେ ସ୍ବିଗିରେ କାମ କରୁନଥିବା ଜଣାପଡ଼ିଛି । ଯୁବତୀଙ୍କୁ ପ୍ରେମଜାଲରେ ଫସାଇବାକୁ ସ୍ବିଗିରେ କାମ କରୁଥିବା କଥା କହୁଥିଲେ ଯୁବକ । ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ସ୍ବିଗିରେ ଚାକିରୀ କରୁନାହାନ୍ତି ପତିତପାବନ, ସ୍ପଷ୍ଟ କଲେ ଭୁବନେଶ୍ବର ଡିସିପି

ସେପଟେ ସ୍ବିଗି ବଏ ବା ପତିତ ପାବନ ପୃଷ୍ଟିଙ୍କ ପରିବାର ଲୋକେ ଓଲଟା ତାଙ୍କ ବାନ୍ଧବୀଙ୍କୁ ଦୋଷୀ ବୋଲି କହିଛନ୍ତି । ପତିତ ବିବାହିତ ବୋଲି ଜାଣିବା ସତ୍ତ୍ବେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କୁ ଫସାଇ ଦେଇଥିବା କଥା କହିଛନ୍ତି । ମିଛ ଅପହରଣର ନାଟକ ରଚିଥିବା ପତିତ ପାବନ ପୃଷ୍ଟି ଓରଫ ଚିକୁଙ୍କୁ ଫେରାର ହୋଇଥିବା ଝିଅ ସହ ଓଡ଼ିଶା ଆଣିଛି ଧଉଳି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡର ୪ ଜଣିଆ ଟିମ୍‌ ।

ଅପହରଣ ନାଟକ ପରେ ସୋମବାର ମଧ୍ୟପ୍ରଦେଶର କଟନୀ ଜିଆରପି ପୋଲିସ ସେମାନଙ୍କୁ ଠାବ କରି କମିଶନରେଟ ପୋଲିସକୁ ଜଣାଇଥିଲେ । ଆଜି(ଗୁରୁବାର) ସକାଳେ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହା ସହିତ ଏମାନଙ୍କୁ ଓଡିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ସେପଟେ ଚିକୁନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଛି ପୋଲିସ । ନିଜକୁ ସ୍ବିଗି ବୟ କହି ଏକ ଅଶାନ୍ତିକର ପରିବେଶ ସୃଷ୍ଟି କରିବା, ପୋଲିସକୁ ଚକମା ଦେଇ ତଥ୍ୟ ନଷ୍ଟ କରିବା ମାମଲାରେ ତାଙ୍କୁ ଅଭିଯୁକ୍ତ କରିଛି ପୋଲିସ । ସେପେଟ ପତିତ କେବଳ ମୋ ସ୍ବାମୀ ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ । ପତିତ ତାଙ୍କୁ ନ ଆପଣାଇଲେ ସେ କେସ୍‌ କରିବେ ବୋଲି କହିଛନ୍ତି । ଅପହରଣ ନାଟକ ପରେ ସୋମବାର ମଧ୍ୟପ୍ରଦେଶର କଟନୀ ଜିଆରପି ପୋଲିସ ସେମାନଙ୍କୁ ଠାବ କରି କମିଶନରେଟ ପୋଲିସକୁ ଜଣାଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Sep 17, 2021, 6:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.